ମନୋରଞ୍ଜନ

ଗୋବିନ୍ଦାଙ୍କ ଘରେ ମନ୍ତ୍ରୀଙ୍କ ଝିଅ ହୋଇଥିଲେ ଚାକରାଣୀ: ସୁନୀତା ଆହୁଜା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ନବେ ଦଶକର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ସେତେବେଳେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବହୁତ ଅଧିକ ଥିଲା । ନିଜ ପ୍ରିୟ ହିରୋଙ୍କୁ ଅସଲ ଜୀବନରେ ଦେଖିବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି ।

ବିଶେଷ କରି ମହିଳା ପ୍ରଶଂସକମାନେ ତାଙ୍କର ଏକ ଝଲକ ପାଇବା ଲାଗି ତାଙ୍କ ଫିଲ୍ମ ସେଟ୍‌ କିମ୍ବା ଘର ବାହାରେ ଲାଇନ୍‌ ଲଗାଇ ଛିଡ଼ା ହେଉଥିଲେ । ଏପିରିକି କିଛି ଝିଅ ଗୋବିନ୍ଦାଙ୍କୁ ଷ୍ଟେଜ୍‌ ଉପରେ ଦେଖିଲେ ବେହୋସ ହୋଇଯାଉଥିଲେ । ଥରେ ତ ଗୋବିନ୍ଦାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କ ଘରେ ୨୦ ଦିନ ଧରି ଚାକରାଣୀ ଭାବେ କାମ କରିଥିଲେ । ପରେ ସେ ଜଣେ ମନ୍ତ୍ରୀଙ୍କ ଝିଅ ବୋଲି ଜଣାପଡ଼ିଥିଲା ।

ଗୋବିନ୍ଦାଙ୍କ ପତ୍ନୀ ସୁନୀତା ନିଜେ ଏକଥା ଖୁଲାସା କରିଛନ୍ତି । ଏପରି ଏକ ଖୁଲାସା କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା । ‘ଟାଇମଆଉଟ୍ ୱିଥ୍ ଅଙ୍କିତ’ ନାମକ ଏକ ପୋଡକାଷ୍ଟରେ ସୁନୀତା ଆହୁଜା ଘଟଣା ସମ୍ପର୍କରେ ସେୟାର କରିଛନ୍ତି । ଜଣେ ପ୍ରଶଂସକ ଆମ ସହିତ ପ୍ରାୟ ୨୦ରୁ ୨୨ ଦିନ ପର୍ଯ୍ୟନ୍ତ ଚାକରାଣୀ ହୋଇ ବିତାଇଥିଲେ ।ତେବେ ତାଙ୍କୁ ଦେଖି ଲାଗୁଥିଲା ଯେମିତି ସେ ଏକ ଆର୍ଥିକ ସ୍ବଚ୍ଛଳ ପରିବାରର ଝିଅ ।

ମୋତେ ସନ୍ଦେହ ହେବାରୁ ମୁଁ ମୋ ଶାଶୁଙ୍କୁ କହିଥିଲି । କାରଣ ତାଙ୍କୁ କିପରି ବାସନ ଓ ଘର ସଫା କରାଯାଏ ଜଣାନଥିଲା । ଶେଷରେ, ଆମେ ଜାଣିବାକୁ ପାଇଲୁ ଯେ ସେ ଜଣେ ମନ୍ତ୍ରୀଙ୍କ ଝିଅ ଏବଂ ଗୋବିନ୍ଦା ବଡ ପ୍ରଶଂସକ ବୋଲି ।

୩୭ ବର୍ଷର କ୍ୟାରିୟରରେ ଗୋବିନ୍ଦା ୧୭୦ଟି ଫିଲ୍ମରେ କାମ କରିଛନ୍ତି । ଶେଷ ଥର ଲାଗି ୨୦୧୯ରେ ତାଙ୍କର ‘ରଙ୍ଗିଲା ରାଜା’ ଫିଲ୍ମ ରିଲିଜ୍‌ ହୋଇଥିଲା । ତେବେ ତାହା ଫ୍ଲପ୍‌ ହୋଇଯାଇଥିଲା । ତା’ ପରଠାରୁ ସେ ଆଉ କୌଣସି ଫିଲ୍ମରେ କାମ କରିନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com