ଓଡ଼ିଶାଜାତୀୟ

ମୋଦିଙ୍କ ଜନ୍ମଦିନରେ ୨୫୦୦ ଦୀପରେ ଶୁଭେଚ୍ଛା ଜଣାଇଲେ: ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ l ଆଜି ଅର୍ଥାତ 17ସେପ୍ଟେମ୍ବର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ୨୫୦୦ ଦୀପ ବ୍ୟବହାର କରିଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ।

ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆକର୍ଷଣୀୟ ବାଲୁକା କଳା କରିଛନ୍ତି ସୁଦର୍ଶନ। ନ୍ୟାସନାଲ୍ ଗ୍ୟାଲେରି ଅଫ୍ ମର୍ଡନ୍ ଆର୍ଟରେ ବାଲୁକା କଳା ହୋଇଛି। ପ୍ରଥମ ଥର ପାଇଁ ସେ ତାଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ, ଗୁଜରାଟ ଛାଡି ଜଗନ୍ନାଥଙ୍କ ମାଟିକୁ ଆସିବେ। ଆଉ ଏହି ଅବସରରେ ସେ ରାଜ୍ୟ ସରକାରର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।

ଜନ୍ମଦିନରେ ଓଡିଶାର ଭିତ୍ତିଭୂମି ବିକାଶ ଓ ଗରିବ କଲ୍ୟାଣକୁ ମୋଦିଙ୍କ ଫୋକସ ରହିଛି। ଓଡିଶାରେ ୩୮୦୦ କୋଟିର ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ରେଳ ଓ ଜାତୀୟ ରାଜପଥ ଭିତ୍ତିଭୂମି ଲାଗି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି।

ଯେଉଁଥିରେ ରହିଛି ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ। ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ ମୋଦି।

Related Articles

Back to top button
WP Twitter Auto Publish Powered By : XYZScripts.com