ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା ସିଂ। ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ କେନ୍ଦ୍ର ଶାସିତ ରାଜ୍ୟ ଜିଲ୍ଲୀକୁ ଆଜି ଅର୍ଥାତ ଶନିବାର ନୂଆ ମୁଖ୍ୟମନ୍ତ୍ରୀ ମିଳିଛି ।
ରାଜ ନିବାସ ଠାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନା ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରାଇଥିଲେ l ଏବଂ ଏହା ସହ ସେ ଦିଲ୍ଲୀର ତୃତୀୟ ତଥା କନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ଆତିଶୀଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କଲେ । ଗୋପାଳ ରାୟ, କୈଳାସ ଗେହଲଟ ମନ୍ତ୍ରୀ ହେଲେ । ରାଷ୍ଟ୍ରପତି ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଆତିଶୀଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ପାଇଁ ମଞ୍ଜୁରୀ ଦେଇଛନ୍ତି । ଉପରାଜ୍ୟପାଳ ବିନୟ କୁମାର ସକସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଆତିଶୀଙ୍କ ସହ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଗୋପାଳ ରାୟ, ସୌରଭ ଭରଦ୍ବାଜ, କୈଳାସ ଗୋହଲତ, ଇମ୍ରାନ ହୁସେନ ଓ ମୁକେଶ ଅହଲାବତ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ସମାରୋହରେ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ସାମିଲ ହୋଇଥିଲେ ।
କହି ରଖୁଛୁ କି , କେଜ୍ରିୱାଲଙ୍କ ଇସ୍ତଫା ପୂର୍ବରୁ ଆମ୍ ଆଦମୀ ପାର୍ଟିର ବିଧାୟକ ଦଳର ବୈଠକରେ ଆତିଶୀଙ୍କୁ ନୂଆ ନେତା ଭାବେ ଚୟନ କରାଯାଇ ଥିଲା । ଦିଲ୍ଲୀର ମୁଖ୍ୟମନ୍ତ୍ରୀର ଚୌକିରେ ବସିଥିବା ଆମ୍ ଆଦମୀ ପାର୍ଟିର ଆତିଶୀ , ବିଜେପିର ସୁଷମା ସ୍ୱରାଜ ଓ କଂଗ୍ରେସର ଶୀଲା ଦୀକ୍ଷିତଙ୍କ ପରେ ୩ୟ ମହିଳା ନେତା ହୋଇଛନ୍ତି।