ଓଡ଼ିଶା

ତଦନ୍ତ ପରେ ଦୋଷୀକୁ ଛାଡ଼ ଯିବ ନାହିଁ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନରେ ନିର୍ୟାତନା ଘଟଣାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଖାଲି ନିଲମ୍ବନ ନା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ନେଇ ସବୁଠି ପ୍ରଶ୍ନ ଉଠିଛି । ଘଟଣା ନେଇ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା କହିଛନ୍ତି ଯେ ତଦନ୍ତରେ କୌଣସି ପକ୍ଷପାତିତା କରାଯିବ ନାହିଁ ।

ସେପଟେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ରାତି ତମମା ଜେରା କରିଛି କ୍ରାଇମବ୍ରାଞ୍ଚ। ପଚରାଉଚରା ବେଳେ ସମସ୍ତ ତଥ୍ୟର ତର୍ଜମା ଚାଲିଛି। ସୂଚନା ଅନୁସାରେ, ଭରତପୁର ଥାନାରେ ସେପ୍ଟେମ୍ବର ୧୫ତାରିଖ ରାତିରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ ଅତ୍ୟାଚାର ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେପ୍ଟେମ୍ବର ୧୭ତାରିଖରେ ଜାତୀୟ ମହିଳା କମିଶନ ଆକ୍ସନ ମୋଡକୁ ଆସିଥିଲେ ।

ନିଜଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ୩ଦିନ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି କମିଶନ ଆଶାବ୍ୟକ୍ତ କରିଥିଲେ। ଅନ୍ୟପଟେ ନିଲମ୍ବିତ ପୁଲିସ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଛି। ପୀଡିତାଙ୍କ ପକ୍ଷକୁ ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି।

ଥାନାରୁ ସମସ୍ତ ଦସ୍ତାବିଜ ସଂଗ୍ରହ କରାଯିବା ସହ ନିଲମ୍ବିତ ପୁଲିସ ଅଧିକାରୀଙ୍କ ବୟାନ ରେକର୍ଡ ହୋଇଛି। ଜାତୀୟ ମହିଳା କମିଶନଙ୍କୁ ମଧ୍ୟ ରିପୋର୍ଟ ପଠାଇଛି କ୍ରାଇମବ୍ରାଞ୍ଚ। ଏହାସହିତ ଅନ୍ୟ ଦିଗକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି। ଆସନ୍ତାକାଲି ଚୂଡାନ୍ତ ରିପୋର୍ଟ ଦାଖଲ ହେବ। ଘଟଣା ସମ୍ପର୍କରେ ଖୁବଶୀଘ୍ର ଡିଜିିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି।

ଆଜି ୧୨୦ ବାଟାଲିୟନରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ସେଦିନ ରାତିରେ ଭରତପୁର ଥାନାରେ କଣ ସବୁ ଘଟିଥିଲା ସେ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ ଚାହିଁଛି ତଦନ୍ତକାରୀ ଟିମ୍‌‌ ।

Related Articles

Back to top button
WP Twitter Auto Publish Powered By : XYZScripts.com