ଅନ୍ତର୍ଜାତୀୟଜାତୀୟ

ଆମେରିକାରେ ଦେଲେ ନେଲେ ଦାମୀ ଉପହାର; ମୋଦି-ବାଇଡେନ, କଣ ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି । ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ସ୍ତ୍ରୀ ଜିଲ୍ ବାଇଡେନଙ୍କୁ ଉପହାର ଦେଇଛନ୍ତି । ବାଇଡେନଙ୍କୁ ରୁପା ଖଚିତ ଏକ ଟ୍ରେନ୍ ମତେଲ ଉପହାର ଦେଇଥିବା ବେଳେ ଜିଲ୍‌ଙ୍କୁ କଶ୍ମୀର ଶଲ୍ ଉପହାର ଦେଇଛନ୍ତି l

ମୋଦିଙ୍କଠାରୁ ଏହି ଉପହାର ପାଇ ବାଇଡେନ ଦମ୍ପତି ବେଶ୍ ଖୁସି ଥିବା ଜଣାପଡ଼ିଛନ୍ତି । ବାଇଡେନଙ୍କୁ ମୋଦି ଦେଇଥିବା ରୁପା ଖଚିତ ଟ୍ରେନ୍ ମଡେଲ ଉପହାରକୁ ମହାରାଷ୍ଟ୍ରର କାରିଗରମାନେ ପ୍ରସ୍ତୁତ କରିଛନ୍ତି । ଏହା ହାତରେ ଖୋଦିତ ହୋଇଛି ।ଏହି ଟ୍ରେନ୍ ମଡେଲ ପୂର୍ବ ସମୟରେ ପ୍ରଚଳିତ ଥିବା ଟ୍ରେନ୍ ମଡେଲ ପରି, ଯାହା ୯୨.୫% ରୁପାରେ ତିଆରି ।

ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଆମେରିକାର ପ୍ରଥମ ମହିଳା ତଥା ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ପାଶମିନା ସାଲ୍ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ତାଙ୍କ ବ୍ୟକ୍ତିଗତ ବାସଭବନରେ ସାକ୍ଷାତ କରିଛନ୍ତି । ଏହି ସମୟରେ ତାଙ୍କୁ ଉପହାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କ୍ବାଡ ନେତାଙ୍କ ଷଷ୍ଠ ଶିଖର ବୈଠକରେ ଭାଗ ନେବା ପାଇଁ ଶୁକ୍ରବାର ଯେତେ ବେଳେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଗୃହନଗର ଓ୍ବିଲାମିଙ୍ଗଟନ୍ ପହଁଞ୍ଚିଥିଲେ ।

ବାଇଡେନ୍‌ ମଧ୍ୟ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ହାତରେ ରୂପାରେ ପୁରୁଣା ବାସ୍ପଚାଳିତ ଏକ ଟ୍ରେନ୍‌ର ଇଞ୍ଜିନ ମଡେଲକୁ ଉପହାରରେ ଦେଇଥିଲେ । ଏହି ପୁରୁଣା ରୂପାର ଟ୍ରେନ୍ ମଡେଲ ଏକ ଦୁର୍ଲଭ ଓ ଅସାଧାରଣ କଳାକୃତ୍ତି, ଯାହାକୁ ରୂପାର ସମୃଦ୍ଧ ଶିଳ୍ପ କୌଶଳ ପାଇଁ ପ୍ରସିଦ୍ଧ ମହାରାଷ୍ଟ୍ରର କାରିଗରଙ୍କ ଦ୍ବାରା ବିଶେଷ ଭାବରେ ତିଆରି କରାଯାଇଛି ।

୯୨.୫% ରୂପାରେ ତିଆରି ଏହି ମଡେଲ ଭାରତୀୟ ଧାତୁ କଳାତ୍ମକର ଭବ୍ୟତାକୁ ପ୍ରଦର୍ଶିତ କରିଥାଏ । କେବଳ ସେତିକି ନୁହେଁ ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ଙ୍କୁ ମୋଦି ମାଶମିନା ସାଲ୍ ଉପହାର ଦେଇଥିଲେ। ଅସାଧାରଣ ଗୁଣବତ୍ତା ଓ ଅଦ୍ବିତୀୟ ସୁନ୍ଦରାର ପ୍ରତୀକ ହେଉଛି ଜମମୁ-କଶ୍ମୀରର ଏହି ଶଲ୍ ।

ଏହା ଲଦାଖର ଉଚ୍ଚ ଅଞ୍ଚଳରେ ମିଳୁଥିବା ଚାଙ୍ଗଥାଙ୍ଗି ଛେଳିର ଲୋମରୁ ତିଆରି କରାଯାଇଥାଏ । ଏହି ଲୋମ ଖୁବ ମୁଲାୟମ, ଯାହାକୁ ପଶମ ନାଁରେ ମଧ୍ୟ ଜଣାଯାଏ । ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଦେଇଛନ୍ତି ଖାସ୍ ଉପହାର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ଏକ ରୁପାର ଟ୍ରେନ୍ ମଡେଲ୍ ଦେଇଛନ୍ତି। ଏହି ଟ୍ରେନ୍ ମଡେଲ ପୂର୍ବ ସମୟରେ ପ୍ରଚଳିତ ଥିବା ଟ୍ରେନ୍ ମଡେଲ ପରି, ଯାହା ୯୨.୫% ରୁପାରେ ତିଆରି । ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଆମେରିକାର ପ୍ରଥମ ମହିଳା ତଥା ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ପାଶମିନା ସାଲ୍ ଉପହାର ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com