ଓଡ଼ିଶା

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶେଷ ହେଲା ରତ୍ନଭଣ୍ଡାର ସର୍ଭେ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ନିରୀକ୍ଷଣ ପରେ ଟିମ୍ ବାହାରକୁ ବାହାରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଏସଆଇ ଓ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ନିରୀକ୍ଷଣ କରିଥିଲେ ।

ତେବେ ୩ ଦିନ ପରିବର୍ତ୍ତେ ଦୁଇ ଦିନରେ ସୁରୁଖୁରୁରେ ନିରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି । ମହାପ୍ରଭୁଙ୍କ ଇଚ୍ଛା ପାଇଁ ଏହା ହୋଇପାରିଛି । ଏନେଇ ଖୁବ ଶୀଘ୍ର ସର୍ଭେ ରିପୋର୍ଟ ପ୍ରଦାନ କରାଯିବା ପରେ ଏଏସଆଇ ମରାମତି କରିବ ବୋଲି ବିଶେଷଜ୍ଞ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ସମସ୍ତଙ୍କ ସହଯୋଗ ପାଇଁ ଟିମ୍ ଧନ୍ୟବାଦ ଜଣାଇଛି ।

NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି । ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ। ଟେକ୍ନିକାଲ ସର୍ଭେ ରିପୋର୍ଟ ଆସିବା ପରେ ସେବା ପୂଜା ସହ ଜଡ଼ିତ ସମସ୍ତଙ୍କର ପରାମର୍ଶ ଲୋଡ଼ାଯିବ । ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବା ପରେ କାର୍ଯ୍ୟ ଆଗକୁ ବଢ଼ିବ। ସେପଟେ ରତ୍ନ ଭଣ୍ଡାର ଚଟାଣ ତଳେ କ’ଣ ରହିଛି ?

ସେ ନେଇ ଖୁବ୍‌ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ NGRI ଟିମ୍‌ । ଇଲେକ୍ଟ୍ରି ମ୍ୟାଗ୍ନେଟିକ୍‌ ୱେଭ୍‌ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି । ଡାଟା ଇମେଜ କ୍ଵାଲିଟିକୁ ଲାବ୍‌ରେ ଆସେମ୍ବଲ୍‌ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ NGRI ବିଶେଷଜ୍ଞ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି ବୋଲି କହିଛନ୍ତି ବୈଜ୍ଞାନିକ ଆନନ୍ଦ କିଶ୍ର ପାଣ୍ଡେ ।

ତେବେ ଏହା ପୂର୍ବରୁ ASI ରତ୍ନ ଭଣ୍ଡାର ବାହାର କାନ୍ଥର ଲେଜର ସର୍ଭେ କରି ବିଭିନ୍ନ ଦିଗରେ ଫାଟ ଚିହ୍ନଟ କରିଥିଲା । ତେବେ ଚଳିତ ମାସ ୧୮ ତାରିଖରେ NGRI ଟିମ୍ ମଧ୍ୟ ଲେଜର୍ ସର୍ଭେ କରିଥିଲା । ସୂଚନା ଅନୁସାରେ ଜୁଲାଇ ୧୪ ତାରିଖରୁ ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ସର୍ଭେ ରିପୋର୍ଟ ହସ୍ତଗତ କରିବାକୁ ଏସ୍‌ଓପିରେ ଉଲ୍ଲେଖ ରହିଛି । ଆସନ୍ତାକାଲି ଭକ୍ତମାନେ ମହାପ୍ରଭୁଙ୍କୁ ବିନା ଦ୍ୱିଧାରେ ମହାପ୍ରଭୁଙ୍କୁ ଦର୍ଶନ ପାଇପାରିବେ । ତେବେ ଛତିସାନିଯୋଗ ନାୟକ କହିଛନ୍ତି ସବୁ ସର୍ଭେ କାମ ଶେଷ ହୋଇଛି ।

ShriMandirରତ୍ନଭଣ୍ଡାର ଭିତରେ ଆଉ କିଛି କୋଠରୀ ଅଛି କି ନାହିଁ ତାହା ମହାପ୍ରଭୁ ଜାଣନ୍ତି । ହେଲେ କିଛି ଥାଇପାରେ ବୋଲି ସନ୍ଦେହ ରହିଛି । ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com