ଓଡ଼ିଶା

ନେରେଡିବାଲସାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବନ୍ଦ କଲେ ଆନ୍ଧ୍ର ସରକାରଙ୍କ ଅଧିକାରୀ

କୋରାପୁଟ: କୋଟିଆରେ ପୁଣି ଦେଖିବାକୁ ମିଳିଛି ଆନ୍ଧ୍ର ସରକାରୀ ଅଧିକାରୀଙ୍କ ଦାଦାଗିରି । କୋଟିଆ ପଞ୍ଚାୟତର ନେରେଡିବାଲାସାଠାରେ ଓଡ଼ିଶା ସରକାରଙ୍କ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକୁ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଆସି ବାଧା ସୃଷ୍ଟି କରିବା ଯୋଗୁଁ ବନ୍ଦ ହୋଇଯାଇଛି। ରାସ୍ତା ଖୋଳି ପାଇପ ବିଛାଇଥିବା ସମୟରେ ସାଲୁର୍ ମଣ୍ଡଲମର କିଛି ସରକାରୀ ଅଧିକାରୀ ଆସି ରାସ୍ତାଗୁଡ଼ିକ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଯୋଗୁଁ ତାକୁ ଖୋଳିବାକୁ ମନା କରିଛନ୍ତି।ଏ ସଂକ୍ରାନ୍ତରେ ସେମାନେ ଏହି କାମ କରୁଥିବା ଠିକାଦାରଙ୍କ ବିରୁଦ୍ଧରେ ସାଲୁର୍ ରୁରାଲ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକିୟା ମିଳିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com