ୟୁକ୍ରେନର ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି l ନ୍ୟୁୟର୍କରେ ‘ଭବିଷ୍ୟର ଶିଖର ସମ୍ମିଳନୀ’ ଅବସରରେ ୨୩ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।
ଦୁଇ ନେତା ନିକଟରେ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ବିଷୟରେ ମନେ ପକାଇଥିଲେ ଏବଂ ଦୀର୍ଘଦିନର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ୟୁକ୍ରେନର ସ୍ଥିତି ଏବଂ ଶାନ୍ତି ଆଡକୁ ଅଗ୍ରସର ମଧ୍ୟ ଉଭୟଙ୍କ ଆଲୋଚନାରେ ଗୁରୁତ୍ୱ ପାଇଥିଲା ।
ସମସ୍ତ ଅଂଶୀଦାରଙ୍କ ମଧ୍ୟରେ କୂଟନୀତି ଓ ଆଲୋଚନା ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସପକ୍ଷରେ ଭାରତର ସ୍ପଷ୍ଟ ଓ ଗଠନମୂଳକ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।
ବିବାଦର ସମାଧାନ ପାଇଁ ଭାରତ ତାହାର ପରିସରରେ ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଥିଲେ । ବିଗତ ତିନି ମାସ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ତୃତୀୟ ବୈଠକ । ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।