ଓଡ଼ିଶା

ମହାଲକ୍ଷ୍ମୀଙ୍କୁ 30ଖଣ୍ଡ କରି ହତ୍ୟା, ପରେ ମୁକ୍ତରଞ୍ଜନ ଆତ୍ମହତ୍ୟା, କାହିଁକି ଜାଣନ୍ତୁ

ବେଙ୍ଗାଲୁରୁ: ମହିଳାଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା ଘଟଣା । ଏନେଇ ମହାଲକ୍ଷ୍ମୀ ହତ୍ୟା ମାମଲାରେ ମହା ଖୁଲାସା । କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ ।

ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ମୁକ୍ତରଞ୍ଜନ ଆତ୍ମହତ୍ୟା କରିଛନ୍ତି । ହେଲେ ଆତ୍ମହତ୍ୟା ପୂର୍ବରୁ ମାଙ୍କୁ କହିଛି ହତ୍ୟାର କାରଣ । ଖବର ଅନୁସାରେ, ମୁକ୍ତି ରଞ୍ଜନଙ୍କ ଭାଇ କହିଛନ୍ତି, ମହାଲକ୍ଷ୍ମୀଙ୍କ ସହ ଭାଇର ପ୍ରେମ ସମ୍ପର୍କ ଥିଲl । ହେଲେ ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ।

ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା । ପରେ ଭାଇ ସେହି ଝିଅକୁ ନେଇ କେରଳ ଯିବାକୁ ବାହାରିଥିଲା । ହେଲେ ଗାଡ଼ିରେ ଯିବା ବେଳେ ସେହି ଝିଅ ଭାଇ ନାଁରେ ପୁଲିସ ନିକଟରେ ଅପହରଣ କରି ନେଉଯାଉଥିବା ଅଭିଯୋଗ କରିଥିଲା । ପୁଲିସ ଭାଇକୁ ମାଡ଼ ମାରିବା ସହ ଜୋରିମାନ କରିଥିଲା । ପରେ ଭାଇକୁ ବୁଝାସୁଝା କରି ପୁଲିସ ଛାଡ଼ି ଦେଇଥିଲା ।

ଭାଇ ଓ ସେହି ଝିଅ ପୁଣି ବେଙ୍ଗଲୁରୁ ଫେରିଥିଲେ । ବେଙ୍ଗଲୁରୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଅଧିକ ବଢ଼ିବାରେ ଲାଗିଥିଲା । ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ହେଉଥିଲା । ଏପରି ଗୋଟିଏ ଦିନ ସେହି ଝିଅ ଓ ଭାଇ ମଧ୍ୟରେ ଜୋରରେ ଝଗଡ଼ା ହୋଇଥିଲା । ସେହି ଝିଅ ଘରେ ଥିବା ଏକ ଛୁରୀ ଆଣି ଭାଇକୁ ମାରିବାକୁ ଧମକ ଦେଇଥିଲା ।

ଏହି ଛୁରୀରେ ମୁଁ ତୋତେ ହତ୍ୟା କରି ପ୍ରେସର କୁକରରେ ସିଝାଇ ବାଥରୁମରେ ପକାଇ ଦେବି ବୋଲି କହିଥିଲା । ପରେ ଭାଇ ରାଗରେ ସେହି ଝିଅର ତଣ୍ଟିକୁ ଜୋରରେ ଧରି ନେଇଥିଲା। ପରେ ଦେଖିଲା ବେଳକୁ ସେହି ଝିଅର ମୃତ୍ୟୁ ଘଟିଥିଲା। ପରେ ଭାଇ ସେହି ଝିଅକୁ ବେଡସିଡ୍‌ରେ ଗୋଡ଼ାଇ ଫ୍ୟାନରେ ଟାଙ୍ଗି ଦେବାକୁ ଚେଷ୍ଟା କରିଥିଲା l

ହେଲେ ସୁବିଧା ହୋଇନଥିଲା। ପରେ ଭାଇ ସେହି ଝିଅକୁ ଛୁରୀରେ କାଟି ଫ୍ରିଜରେ ପୂରାଇ ଦେଇଥିଲା। ପରେ ସେଠାରୁ ମୋ ପାଖକୁ ବ୍ରହ୍ମପୁର ପଳାଇ ଆସିଥିଲା । ଭାଇ ମୋ ପାଖରେ ଆସି ୧୦ରୁ ୧୨ ଦିନ ରହିଥିଲା । ଭାଇ କିଛି ଦିନ ରହିବା ପରେ ମୋତେ ଘଟଣା ସଂପର୍କରେ ସବୁ କହିଥିଲା ।

ସେହି ଝିଅ ୭ରୁ ୮ ଲକ୍ଷ ଟଙ୍କା ସହ ସୁନା ଗହଣା ନେଇଯାଇଥିବା ଭାଇ ମୋତେ କହିଛି। ସେହି ଝିଅ ମୋ ଭାଇକୁ ସବୁବେଳେ ବ୍ଲାକମେଲିଂ କରୁଥିଲା। ଏଥିସହ ତା’ ପାଇ ପରିବାର ସହ ଭାଇର ସଂପର୍କ ଖରାପ ହୋଇଥିବା ଭାଇ ମୋତେ କହିଥିଲା । କିଛି ଦିନ ମୋ ପାଖରେ ରହିବା ପରେ ଭାଇକୁ ପୁଲିସ ଖୋଜୁ ଥିବା ସେ ଜାଣିପାରିଥିଲା । ପରେ ଭାଇ ଘରକୁ ପଳାଇ ଆସିଥିଲା ବୋଲି ଅଭିଯୁକ୍ତ ଭାଇ କହିଛନ୍ତି ।

ସୂଚନା ମୁତାବକ, ବେଙ୍ଗାଲୁରୁର ଭୟାଲିକାବାଲଠାରେ ୨୯ ବର୍ଷୀୟ ଯୁବତୀ ମହାଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିଲା । ମହାଲକ୍ଷ୍ମୀଙ୍କୁ ଅଭିଯୁକ୍ତ ମୁକ୍ତ ରଞ୍ଜନ ହତ୍ୟା କରି ମୃତଦେହକୁ ୩୦ ଖଣ୍ଡ କରି ଫ୍ରିଜରେ ପୂରାଇ ଦେଇ ଓଡ଼ିଶା ଚମ୍ପଟ ମାରିଥିଲା । ଘଟଣାକୁ ନେଇ କର୍ଣ୍ଣାଟକା ସମେତ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

ଏହାପରେ କର୍ଣ୍ଣାଟକା ପୁଲିସ୍‌ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ମୁକ୍ତି ରଞ୍ଜନକୁ ଚିହ୍ନଟ କରିଥିଲା। ସେ ଓଡ଼ିଶାରେ ଥିବା ଜଣାପଡ଼ିବା ପରେ ବେଙ୍ଗାଲୁରୁ ପୁଲିସ ଆସି ଭଦ୍ରକରେ ତନାଘନା ଆରମ୍ଭ କରିଥିଲା । ଅନ୍ୟପଟେ ବେଙ୍ଗାଲୁରୁ ହତ୍ୟା ଘଟଣାର ଅଭିଯୁକ୍ତ ମୁକ୍ତିରଞ୍ଜନ ରାୟ ଦୁଇ ବର୍ଷ ପରେ ଘରକୁ ଆସିଥିଲା । ମଙ୍ଗଳବାର ରାତି ୧୦ଟାରେ ଘରେ ପହଞ୍ଚିଥିଲା ।

ଘରେ ମାଙ୍କୁ ହତ୍ୟାକାଣ୍ଡ ନେଇ ସବୁ କଥା କହିଥଲା । ଦୁଇ ବର୍ଷ ହେବ ବହୁ ଟଙ୍କା ରୋଜଗାର କରିଥିଲା । ମାସକୁ ପ୍ରାୟ ୪୦ ହଜାର ଟଙ୍କା ରୋଜଗାର ବି କରୁଥିଲା । କିନ୍ତୁ ମୃତ ମହିଳା ଜଣଙ୍କ ତାଙ୍କର ସବୁ ଟଙ୍କା ନେଇଯାଉଥିଲେ ।

ଏପିରିକି ସୁନା ମୁଦି ମଧ୍ୟ ନେଇଯାଇଥିଲେ ମହିଳା । ଶେଷରେ ବୁଧବାର ଦିନ ଭୋର ସମୟରେ ମାଙ୍କୁ ଗାଡି ଚାବି ମାଗିଥିଲେ ମୁକ୍ତିରଞ୍ଜନ । କୁଆଡେ ପଳାଇବେ ବୋଲି ବି କହିଥିଲେ କିନ୍ତୁ ପରେ ମିଳିଲା ଝୁଲନ୍ତା ମୃତଦେହ ।

Related Articles

Back to top button
WP Twitter Auto Publish Powered By : XYZScripts.com