ଜାତୀୟରାଜନୀତି

ଏକନାଥ ଶିନ୍ଦେଙ୍କୁ ଭେଟିବା ପାଇଁ ତୃତୀୟ ମହଲlରୁ ଡେଇଁଲେ ମହାରାଷ୍ଟ୍ରର ଉପବାଚସ୍ପତି, କାହିଁକି ଜାଣନ୍ତୁ

ମୁମ୍ବାଇ: ତୃତୀୟ ମହଲା କୋଠାରୁ ଡେଇଁଲେ ମହାରାଷ୍ଟ୍ରର ଉପବାଚସ୍ପତି । ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଦଳର ଉପ ବାଚସ୍ପତି ନରହରୀ ଝିରୱଲ ଛାତରୁ ଡେଇଁପଡି ସୁରକ୍ଷା ଜାଲରେ ଫସି ଗଲେ । ସେ ଏସଟି କୋଟା ଅନ୍ତର୍ଗତ ଧନଗର ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନକୁ ବିରୋଧ କରୁଥିବା ବେଳେ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ ।

ସେ କହିଛନ୍ତି ଯେ ତାଙ୍କର ଦାବି ଶୁଣାଯାଉ ନାହିଁ ତେଣୁ କ୍ରୋଧରେ ସେ ମନ୍ତ୍ରଣାଳୟ ଛାଡିଛନ୍ତି । ଗତ ଚାରି ଦିନ ଧରି ମହାରାଷ୍ଟ୍ରରେ ଆଦିବାସୀ ବିଧାୟକମାନେ କ୍ରୋଧିତ ଦେଖାଯାଉଛନ୍ତି । ଅକ୍ଟୋବର ୪, ଶୁକ୍ରବାର କ୍ୟାବିନେଟର ଦିନ ଏବଂ ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବାର ଥିଲା l କିନ୍ତୁ ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ ।

ଏହି ସମୟରେ କ୍ରୋଧିତ ବିଧାୟକ ନିଜ ସରକାର ବିରୋଧରେ ପ୍ରତିବାଦ କରି ତୃତୀୟ ମହଲାରୁ ଡେଇଁ ପଡ଼ିଥିଲେ । ଯାହା କୁହାଯାଉଛି ଯେ ନରହରୀ ଝିରୱଲ ତାଙ୍କୁ ଭେଟିବା ପାଇଁ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବାସଭବନରେ ପହଞ୍ଚିଥିଲେ ମଧ୍ୟ ସେ ସେଠାରେ ତାଙ୍କୁ ଭେଟି ପାରିନଥିଲେ ।

ଏହା ପରେ ଶୁକ୍ରବାର ସେ ପୁଣି ମନ୍ତ୍ରଣାଳୟରେ ପହଞ୍ଚି ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ । ତେଣୁ କ୍ରୋଧ ଯୋଗୁଁ ସେ ଏମିତି ପଦକ୍ଷେପ ନେଇଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ନରହରୀ ଝିରୱଲଙ୍କ ପରେ ଅନ୍ୟ କେତେକ ଆଦିବାସୀ ବିଧାୟକ ମଧ୍ୟ ଡେଇଁପଡିଥିଲେ । ତେବେ ଜାଲ ଥିବାରୁ ସମସ୍ତ ନେତା ଅଳ୍ପକେ ବର୍ତ୍ତି ଯାଇଥିଲେ ।

ସମସ୍ତ ନେତା ଜାଲ ଉପରେ ଠିଆ ହୋଇ ସ୍ଲୋଗାନ ଦେବା ଆରମ୍ଭ କଲେ । ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ଜାଲରୁ ହଟାଇ ଦେଇଛି । ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ, ଝିରୱାଲ ଅଜିତ ପାୱାରଙ୍କ ଗୋଷ୍ଠୀର ଜଣେ ବିଧାୟକ ଏବଂ ଏନସିପି ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ମହୁୟୁତି ସହଯୋଗୀ ଦଳର ଏକ ଅଂଶ ଭାବେ ରାଜ୍ୟରେ କ୍ଷମତାରେ ରହିଛି ।

ମହାରାଷ୍ଟ୍ରର ଧନଗର ସମ୍ପ୍ରଦାୟ ଦୀର୍ଘ ଦିନ ଧରି ଏସ୍‌ଟି ମାନ୍ୟତା ଦାବିରେ ଆନ୍ଦୋଳନ କରିଆସୁଥିଲେ। ସମ୍ପ୍ରତି ଧନଗର ସମ୍ପ୍ରଦାୟ ଏକ ‘ରାସ୍ତା ରୋକୋ’ ଆନ୍ଦୋଳନର ଆୟୋଜନ କରିଥିଲା । ଗତ ପନ୍ଦର ଦିନ ଧରି ସମାଜର ୬ଜଣ ନେତା ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି ।

ଏହା ସହିତ ଧନଗର ସମ୍ପ୍ରଦାୟ ଦାବି କରିଛି ଯେ ଧନଗର ଏବଂ ଧନଙ୍ଗଡ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ସୂଚନା ମୁତାବକ ଅକ୍ଟୋବର ୮ ପରେ ଯେକୌଣସି ସମୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବାର ଆଶା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com