ଜାତୀୟ

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯିବେ ପାକିସ୍ତାନ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯିବେ ପାକିସ୍ତାନ l ସଂଘାଇ ସହଯୋଗ ସଂଗଠନ ଏସସିଓ ବୈଠକରେ ଭାଗ ନେବେ ମନ୍ତ୍ରୀ ଏସ୍ ଜୟଶଙ୍କର । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି ।

ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ ହେବ । ତେବେ ଏସସିଓର ଏହି ଶିଖର ସମ୍ମିଳନୀ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଦୁଇ ଦିବସୀୟ ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଭିନ୍ନ ଦେଶକୁ ନିମନ୍ତ୍ରଣ ପଠାଯାଇଛି । ତେଣୁ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ । ଏଥିରେ ଜୟ ଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ।

ଏହା ପୂର୍ବରୁ ଅଗଷ୍ଟ ମାସରେ ପାକିସ୍ତାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ କାଉନସିଲ୍ ଅଫ୍ ହେଡସ୍ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲା ।

ଅନ୍ୟପଟେ ଏହି ବୈଠକରେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ତଥା ମାନବିକ ସହଯୋଗ ଉପରେ ଆଲୋଚନା ହେବ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଚୀନ ଓ ରୁଷିଆ ଭଳି ଦେଶ ମଧ୍ୟ ଅଂଶଗ୍ରହଣ କରିବେ ।

ବୈଦେଶିକ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିବା ସହ କହିଛି ଯେ ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବାକି କାର୍ଯ୍ୟକ୍ରମ କ’ଣ ହେବ, ପରେ ସୂଚନା ଦିଆଯିବ। ଏସସିଓରେ ଭାରତ ବ୍ୟତୀତ ଚୀନ, ରୁଷିଆ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଭଳି ଦେଶ ସାମିଲ ଅଛନ୍ତି ।

ତେବେ ଗତ ବର୍ଷ ଜୁଲାଇରେ ଇରାନ ଏହାର ସ୍ଥାୟୀ ସଦସ୍ୟ ହୋଇଛି। ଏହି ସମୟରେ ଭାରତ ଅଧ୍ୟକ୍ଷତା କରିଥିଲା । କିନ୍ତୁ ଏହା ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲା। ଭାରତ ଆୟୋଜିତ କରିଥିବା ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭିଡିଓ କନଫରେନ୍ସିଂ ଯୋଗେ ଯୋଗଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com