ଜାତୀୟମନୋରଞ୍ଜନ

‘ବୈତାୟାନ’ର ରିଲିଜ ପୂର୍ବରୁ, ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ । ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ।  ଗତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ଜଣାଯାଇଛି । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଗତ ସୋମବାର ରଜନୀକାନ୍ତ ଚେନ୍ନାଇସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏକ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଥିଲେ । ରଜନୀକାନ୍ତଙ୍କର ହାର୍ଟ ସମ୍ବନ୍ଧିତ କିଛି ସମସ୍ୟା ଥିଲା । ବିନା ସର୍ଜରୀରେ ତାଙ୍କ ଚିକିତ୍ସା କରାଯାଇଛି। ମଙ୍ଗଳବାର ଜାରି ହୋଇଥିବା ହେଲଥ୍‌ ବୁଲେଟିନ୍‌ରେ କୁହାଯାଇଥିଲା ଯେ ସେ ଏବେ ସୁସ୍ଥ ହେଉଛନ୍ତି ଏବଂ ଖୁବଶୀଘ୍ର ସେ ଡିସଚାର୍ଜ ହେବେ ।

ଏହାପରେ ସେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଚାଲି ଯାଇଥିବା ଜଣାଯାଇଛି । ତେବେ କିଛି ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବା ପାଇଁ ରଜନୀକାନ୍ତଙ୍କୁ ଡାକ୍ତରୀ ଟିମ୍‌ ପରାମର୍ଶ ଦେଇଛନ୍ତି। ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ କରି ପରିବାର ଲୋକଙ୍କ ନିକଟରୁ ରଜନୀକାନ୍ତ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସମେତ ରାଜନୀତି ଓ ଅନ୍ୟ କ୍ଷେତ୍ରର ବ୍ୟକ୍ତିବିଶେଷ ମଧ୍ୟ ସୋଶାଲ ମିଡିଆରେ ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଅନ୍ୟପଟେ ରଜନୀକାନ୍ତଙ୍କୁ ତାଙ୍କ ଡାକ୍ତରମାନେ କିଛି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ୧୬୦ କୋଟି ଟଙ୍କାରେ ନିର୍ମିତ ଫିଲ୍ମ ’ବୈତାୟାନ’ର ପ୍ରମୋସନ କରିପାରିବେ ନାହିଁ । ଅକ୍ଟୋବର ୧୦ରେ ପ୍ରେକ୍ଷାଳୟରେ ଏହି ମୁଭି ମୁକ୍ତିଲାଭ କରିବ । ଏହା ଏକ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର, ଯେଉଁଥିରେ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି । ଏହାର ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଉତ୍ସାହ ଦେଖାଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com