ଓଡ଼ିଶା

ଗଂଜେଇ ବେପାରୀଙ୍କ ନୂଆ ଉପାୟରେ ଗଂଜେଇ ଚାଲାଣ, କେମିତି ଜାଣନ୍ତୁ

ଭୁବନେଶ୍ବର: ଫଳ ଗାଡ଼ିରେ ଗଞ୍ଜେଇ ଚାଲାଣ । ଫଳ ବୋଝେଇ ଟ୍ରକରୁ ଜବତ ହେଲା ୮ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ । ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା (DRI) । ଗାଡ଼ିଟି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ବର ଆସୁଥିଲା ।

ଆନ୍ଧ୍ର ପ୍ରଦେଶରୁ ଭୁବନେଶ୍ବରକୁ ଆସୁଥିଲା ବେଳେ ଧରିଲା ଡିଆରଆଇ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ । ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା ଟିମ୍ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଟ୍ରକ ଟି ଆନ୍ଧ୍ର-ଓଡ଼ିଶା ବର୍ଡର କ୍ରୀଷ୍ଣାଭରମ୍ ଟୋଲ ଗେଟକୁ ଧକ୍କା ଦେଇ ଆଗକୁ ବଢିଥିଲା ।

Aଏହି ଟ୍ରକକୁ ଏକ କାର ଏସ୍କକର୍ଟ କରି ଆଣୁଥିବା ଦେଖାଯାଇଥିଲା । ସେମାନଙ୍କ ପିଛା କରି ଟିମ୍ ଉଭୟ ଟ୍ରକ ଓ କାରକୁ ଅଟକାଇଥିଲା । ଫଳ ବୋଝେଇ ଟ୍ରେରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଯାଞ୍ଚ ବେଳେ ଟ୍ରକରୁ ୮୦୮ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ । ମାମଲାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com