ଓଡ଼ିଶାଜାତୀୟ

ମାଓ ମୁକାବିଲା ନେଇ ଦିଲ୍ଲୀରେ ବୈଠକ ଆରମ୍ଭ; ସାମିଲ ହେବେ ମୋହନ ମାଝୀ

ନୂଆଦିଲ୍ଲୀ: ମାଓ ମୁକାବିଲା ନେଇ ଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇଛି । ଏନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଜ୍ଞାନ ଭୁବନରେ ଚାଲିଥିବା ବୈଠକରେ ଯୋଗ ଦେଇଛନ୍ତି ଓଡ଼ିଶା ସମେତ ୮ନକ୍ସଲ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦେଶରେ ବାମପନ୍ଥୀ ଉଗ୍ରବାଦ (ମାଓ-ନକ୍ସଲବାଦ) ମୁକାବିଲା ରଣନୀତି ପାଇଁ ଆଜି ଦିଲ୍ଲୀରେ ବସୁଛି ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ।

ତେବେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ଡିଜି ୱାଇ.ବି ଖୁରାନିଆ ଯୋଗ ଦେଇଛନ୍ତି । ଏହି ବୈଠକରେ ମାଓ ପ୍ରଭାବିତ ରାଜ୍ୟ ଗୁଡିକୁ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ଜଣ କେନ୍ଦ୍ରମନ୍ତ୍ରୀ ଓ ଅତିରିକ୍ତ ଜାତୀୟ ପରାମର୍ଶ ସୁରକ୍ଷାଦାତାଙ୍କ ସହିତ କେନ୍ଦ୍ରୀୟ ସଶସ୍ତ୍ରବଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳପୋଛ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ଏହାକୁ ଅଗ୍ରଗତି କରିବା ପାଇଁ ଅଣନୀତି ପ୍ରସ୍ତୁତ କରିଛନ୍ତି । ଏହାକୁ ନେଇ ମାଓପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ସରକାର ବିଶେଷ ଭାବରେ ଆଲୋଚନା କରୁଛନ୍ତି । ଅନ୍ୟପଟେ କେନ୍ଦ୍ରରେ ତୃୀତୟ ଥର ବିଜେପି ସରକାର ଗଠନ କରିବା ପରେ ଏହା ପ୍ରଥମ ବୈଠକ । ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଏହା ପ୍ରଥମ କେନ୍ଦ୍ର-ରାଜ୍ୟ ମିଳିତ ମାଓ-ମୁକାବିଲା ବୈଠକ । ୨୦୧୦ ତୁଳନାରେ ଦେଶରେ ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି ।

୨୦୨୩ରେ ବାମପନ୍ଥୀ ଉଗ୍ରବାଦଜନିତ ହିଂସା ଘଟଣା ୭୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୃତ୍ଯୁସଂଖ୍ଯା ୮୬ ପ୍ରତିଶତ ହ୍ରାସ ପାଇଛି। ନକ୍ସଲଙ୍କ ଲଢେଇ ଶେଷ ଅବସ୍ଥାରେ ପହଞ୍ଚିଥିବା କୁହାଯାଇଛି । ଏଥିରେ ଜାତୀୟ ନିରାପତ୍ତା ଉପପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ଯ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ ।

ଗୃହ ମନ୍ତ୍ରଣାଳୟର ସୂଚନା ମୁତାବକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ । ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ଏମାନଙ୍କ ସହ ମାଓ ଦମନ ଓ ଭିତ୍ତିଭୂମି ସହ ସମ୍ପର୍କିତ ୫ଟି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ଉପମୁଖ୍ୟ ପରାମର୍ଶଦାତା, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ (CAPFs)ର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ଦେଶରେ ବର୍ତ୍ତମାନ ନକ୍ସଲ ହିଂସାର ସ୍ଥିତି ଓ ପ୍ରଭାବିତ ତଥା ନକ୍ସଲ ଗତିବିଧି ଥିବା ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ମୁକାବିଲା ନେଇ ଆଗାମୀ ଆକ୍ସନପ୍ଲାନ ସମ୍ପର୍କରେ ଆଲୋଚନା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com