ଜାତୀୟରାଜନୀତି

ହରିୟାଣା ପରାଜୟର ସମୀକ୍ଷା: କର୍ମୀଙ୍କୁ ସ୍ୱାର୍ଥପର କହି ବୈଠକ ଅଧାରୁ ଉଠିଗଲେ ରାହୁଲ ।

ନୂଆଦିଲ୍ଲୀ: ହରିୟାଣାରେ ଫେଲ ହୋଇଛି ଏକଜିଟ ପୋଲର ଫଳାଫଳ । ଆଉ ନିଶ୍ଚିତ ବିଜୟର ନରା ଦେଉଥିବା କଂଗ୍ରେସ ମାରିଛି ଚିତପଟାଙ୍ଗ । ରାଜ୍ୟରେ କ୍ଷମତା ହରାଇଛି କଂଗ୍ରେସ ଦଳ । ହେଲେ କାହିଁକି ହାରିଲା ଏନେଇ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ତେବେ ନିର୍ବାଚନ ପୂର୍ବରୁ ଦଳରେ ଅନ୍ତକନ୍ଦଳ ପରାଜୟର ଏକ ପ୍ରମୁଖ କାରଣ ହେବ ବୋଲି କୁହାଯାଉଥିଲା ।

ଆଉ ଏବେ ରାଜ୍ୟର ୧୭ଆସନ କଂଗ୍ରେସକୁ ଦୋହଲାଇ ଦେଇଥିବା ନେଇ ଆକଳନ କରିଛନ୍ତି ସମୀକ୍ଷକ । ଯାହାର ବିଦ୍ରୋହ ହେଉଛି ମୁଖ୍ୟ କାରଣ । ସେପଟେ ହରିୟାଣାରେ ତାଜୁବ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ବୈଠକ ଚାଲିଥିବାବେଳେ ଶେଷ ଯାଏଁ ଚୁପ୍‌ ହୋଇ ବସି ରହିଥିଲେ ରାହୁଲ ଗାନ୍ଧି । ଆଉ ଯେତେବେଳେ ତାଙ୍କ ପାଳି ଆସିଲା, ତାଙ୍କ ଅସନ୍ତୋଷ ଚେହେରା ଦେଖି ସମସ୍ତେ ଚମକି ଉଠିଥିଲେ । ରାହୁଲ କହିଥିଲେ, ତୁମେମାନେ ସବୁ ସ୍ବାର୍ଥପର । ସେଥିଯୋଗୁ ଆମେ ହରିୟାଣାରେ ହାରିଛୁ । ଏତିକି କହି ସେ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ ।

ତେବେ ଏହି ସଭା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘରେ ବସିଥିଲା । ଯେଉଁଥିରେ ଅଜୟ ମାକେନ, ଅଶୋକ ଗେହଲୋଟ, ଦୀପକ ବାବରିଆ ଏବଂ କେସି ଭେନୁଗୋପାଳଙ୍କ ଭଳି ପର୍ୟ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ । ରାହୁଲ ମୂଳତଃ ଦୁଇଟି ପ୍ରସଙ୍ଗ ଉଠାଇଥିଲେ। ପ୍ରଥମ- ଦଳକୁ ଇଭିଏମ ଏବଂ ନିର୍ବାଚନ ଆୟୋଗର ତ୍ରୁଟିର ଭାର ବହନ କରିବାକୁ ପଡିଲା ।

ଦ୍ୱିତୀୟ- ଏହି ନିର୍ବାଚନ ଜିତା ଯାଇ ପାରିଥାନ୍ତା, ହେଲେ ସ୍ଥାନୀୟ ନେତାମାନେ ଦଳ ଅପେକ୍ଷା ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଦେଖିଥିଲେ। ରାହୁଲ ଗାନ୍ଧୀଙ୍କ ଏହି ବୟାନ ପରେ କୋଳହାଳ କରୁଥିବା ପୂରା ବୈଠକ ଚୂପ ହୋଇଯାଇଥିଲା । ଯେତେବେଳେ ସମସ୍ତ ନେତା ଇଭିଏମ ଦୋଷ ଦେବାରେ ବ୍ୟସ୍ତ ଥିଲେ ସେତେବେଳେ ରାହୁଲ ଗାନ୍ଧୀ ଏପରି କହି ବୈଠକରେ ରାଗି ଯାଇଥିଲେ । ଓ ବୈଠକ ମଝିରୁ ଉଠି ଚାଲି ଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com