ଜାତୀୟ

ରାହୁଲ ଗାନ୍ଧି ଝରକା ନୁହଁ କବାଟ ଖୋଲିଛନ୍ତି-କାହିଁକି ଏମିତି କହିଥିଲେ ରତନ ଟାଟା

ନୂଆଦିଲ୍ଲୀ: ଗତ ଅକ୍ଟୋବର ୯ ତାରିଖ ଅର୍ଥାତ ବୁଧବାର ରାତିରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ଭାରତର ରତ୍ନ । ଶିଳ୍ପସମ୍ରାଟ ତଥା ମହାନ ଉଦ୍ୟୋଗପତି ରତନ ଟାଟାଙ୍କ ହୋଇଛି ପରଲୋକ । ଯାହାଙ୍କୁ ଆଜି ବି ଝୁରୁଛି ସାରା ଦେଶ । କାରଣ ଭାରତୀୟ ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଥିଲେ ରତନ ଟାଟା ଏବଂ ସାରା ବିଶ୍ୱରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ ଭଲ ବ୍ୟବସାୟୀ ଥିଲେ, କିନ୍ତୁ ସରଳତା ଓ ଭଦ୍ରତା ତାଙ୍କ ପାଖରେ ଭରି ରହିଥିଲା ।

ଏହାଛଡା ନିଜ ମତାମତକୁ ଦୃଢ ଭାବେ ଦୁନିଆ ସାମ୍ନାରେ ରଖୁଥିଲେ ରତନ ଟାଟା । ଯଦିଓ ସେ ଆଜି ନାହାନ୍ତି ସତ । କିନ୍ତୁ ଏହି ସମୟରେ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ନଜର ପକାନ୍ତୁ ଏକ ଭିଡିଓ ଉପରେ । ଏଠାରେ କହିରଖୁଛୁ ଯେ, ୨୦୧୨ରେ କେନ୍ଦ୍ରରେ ଥିଲା କଂଗ୍ରେସ ସରକାର । ଏହି ସମୟରେ କଶ୍ମୀର ଗସ୍ତ କରିଥିଲେ ରାହୁଲ ଗାନ୍ଧୀ ।

ଏହାସହ ଛାତ୍ରମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ଉପତ୍ୟକାରେ ପୁଞ୍ଜି ବିନିଯୋଗ କରିବେ। ଏହା ପରେ, ଅକ୍ଟୋବର ୨୦୧୨ରେ କଶ୍ମୀର ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ଏକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଉପସ୍ଥିତ ଥିଲେ ରତନ ଟାଟା ଏବଂ କୁମାରମଙ୍ଗଲମ ର୍ବିଲାଙ୍କ ପରି ଦେଶର ବହୁ ବଡ ଶିଳ୍ପପତି । ଆଉ ଏତିକି ବେଳେ କଶ୍ମୀରରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ ରାହୁଲ ଗାନ୍ଧୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ରତନ ଟାଟା । ସେ କହିଥିଲେ ଯେ ରାହୁଲ ଗାନ୍ଧୀ ୱିଣ୍ଡୋ ନୁହେଁ ବରଂ ନିବେଶକଙ୍କ ପାଇଁ ଏକ ଦ୍ୱାର ଖୋଲିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com