ଓଡ଼ିଶା

ଜାଣନ୍ତୁ; ରାଜଧାନୀର ଆଜି ଏହି ୧୦ଟି ସ୍ଥାନ ମାନଙ୍କରେ ରାବଣ ପୋଡ଼ି ଅନୁଷ୍ଠିତ ହେବ,

ଭୁବନଶ୍ୱର: ରାଜଧାନୀରେ ଆଉ କିଛି ଘଣ୍ଟା ପରେ ରାବଣପୋଡ଼ି ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ଭୁବନେଶ୍ଵରର ୧୦ଟି ସ୍ଥାନରେ ରାବଣପୋଡ଼ି ପାଇଁ ଅନୁମତି ଦିଆଯାଇଥିବା ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି ।

ଏହି ୧୦ଟି ସ୍ଥାନ ହେଲା ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍‌ ରୋଡ୍‌, ଚନ୍ଦକା, ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆ ଏବଂ କପିଳପ୍ରସାଦ ଫୁଟବଲ ପଡ଼ିଆ । ଏସବୁ ଅଞ୍ଚଳରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାବଣପୋଡ଼ି ସମୟରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ନଜର ରଖାଯାଇଥିବା କୁହାଯାଇଛି ।

ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍‌ ରୋଡ୍‌, ଚନ୍ଦକାକୁ ଅନୁମତି ମିଳିଛି। ସେହିପରି ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆରେ ରାବଣପୋଡି ହେବାକୁ ଥିବା ବେଳେ କପିଳ ପ୍ରସାଦ ଫୁଟବଲ୍‌ ପଡ଼ିଆରେ ମଧ୍ୟ ରାବଣପୋଡ଼ିକୁ ଅନୁମତି ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com