ଜାତୀୟରାଜନୀତି

ଏହି ବୁଢ଼ା ଜଣକ ଅଟକିବ ନାହିଁ । ମୋତେ ୮୪ ବର୍ଷ ହେଉ ଅବା ୯୦ ବର୍ଷ: ଗର୍ଜିଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯିବ । ଏନେଇ ମଙ୍ଗଳବାର ନିର୍ବାଚନ ବିଗୁଲ ବାଜିବାକୁ ଯାଉଛି । ଏହା ମଧ୍ୟରେ ଏନସିପି – ଏସପି ନେତା ଶରଦ ପାଓ୍ବାର ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି କି କିଛି ଯୁବକ ହାତରେ ବୋର୍ଡ ନେଇ ଛିଡ଼ା ହୋଇଥିଲେ । ସେଥିରେ ମୋ ଫଟୋ ଥିଲା । ଯେଉଁଥିରେ ଲେଖାଥିଲା ୮୪ ବର୍ଷ ପୁରୁଣା । ଆପଣ ଚିନ୍ତା କରନ୍ତୁ ନାହିଁ । ଆମକୁ ବହୁ ଦୂର ପର୍ଯ୍ୟନ୍ତ ଯିବା ଆବଶ୍ୟକ । ଏହି ବୁଢା ଲୋକ ଅଟକିବ ନାହିଁ । ୮୪ବର୍ଷର ହୁଏ କିମ୍ବା ୯୦ବର୍ଷର । ଏହି ବୁଢା ବ୍ୟକ୍ତି ସେତବେଳ ପର୍ଯ୍ୟନ୍ତ ଅଟକିବ ନାହିଁ ଯେତେଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରକୁ ଠିକ୍ ରାସ୍ତାରେ ନେଇ ଯିବି ନାହିଁ ।

ଶରଦ ପାଓ୍ବାର ନିର୍ବାଚନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସମ୍ବୋଦ୍ଧିତ କରୁଥିଲେ । ଏହି ସମୟରେ ସେ ମଞ୍ଚରେ ସମ୍ବୋଧିତ କରି ଏକ ବାକ୍ୟରେ କହିଥିଲେ କି କିଛି ଯୁବକ ହାତରେ ବୋର୍ଡ ଧରି ଛିଡ଼ା ହୋଇଥିଲେ । ଯୁବକଙ୍କ ଇଶାରା ଏହା ଥିଲା କି ଏବେ ଶରଦ ପାଓ୍ବାର ବୁଢା ହୋଇ ସାରିଛନ୍ତି ଏବଂ ତାଙ୍କୁ ରାଜନୀତି ଛାଡ଼ିବାକୁ ପଡ଼ିବ । ଏହାକୁ ନେଇ ଶରଦ ପାଓ୍ବରାଙ୍କ ଏହି ବୟାନ ଆସିଛି । ନିର୍ବାଚନ ଆୟୋଗ ମଙ୍ଗଳବାର ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା କରିବେ। ନିର୍ବାଚନ ଆୟୋଗ ସିଡ୍ୟୁଲର ଘୋଷଣା କରିବା ଲାଗି ଅପରାହ୍ନ ୩ଟା ୩୦ମିନିଟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ନଭେମ୍ବରରେ ସମାପ୍ତ ହେବ ।

ଯାହାକି ଝାଡ଼ଖଣ୍ଡର କାର୍ଯ୍ୟକାଳ ଆଗାମୀ ବର୍ଷ ୫ଜାନୁଆରୀରେ ଶେଷ ହେବାକୁ ଯାଉଛି । ପ୍ରକୃତରେ ଶରଦ ପାୱାର ନିର୍ବାଚନ ସହ ଜଡିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ସେ ମଞ୍ଚରୁ ସମ୍ବୋଧିତ କରିବାବେଳେ ଏକ ଘଟଣା ବିଷୟରେ କହିଥିଲେ । ସେ କହିଥିଲେ ଯେ କିଛି ଯୁବକ ହାତରେ ବୋର୍ଡ ଧରି ଠିଆ ହୋଇଥିଲେ। ଯୁବକଙ୍କ ଇସାରା ଥିଲା ଯେ, ବର୍ତ୍ତମାନ ଶରଦ ପାୱାର ବୁଢ଼ା ହୋଇଯାଇଛନ୍ତି ଏବଂ ତାଙ୍କୁ ରାଜନୀତି ଛାଡିଦେବା ଉଚିତ୍। ଆପଣଙ୍କୁ କହିରଖୁଛୁ ଯେ ଅଜିତ ପାଓ୍ୱାର ଏନ୍‌ସିପିରୁ ବିଦ୍ରୋହ କରି ଅଲଗା ହେବା ପରେ ଶରଦ ପାୱାର ଗତ ବର୍ଷ ଏନସିପି-ଏସପି ପାର୍ଟି ଗଠନ କରିଥିଲେ । ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୬ରେ ଶେଷ ହେବ। ସେହିପରି ଝାଡ଼ଖଣ୍ଡ ସରକାରଙ୍କ କାର୍ଯ୍ୟକାଳ ଡିସେମ୍ବର ୨୯ରେ ଶେଷ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com