କ୍ରୀଡ଼ାଜାତୀୟ

ଜାଣନ୍ତୁ କେଉଁ ଦେଶର ଖେଳାଳିଙ୍କ ନାମରେ ରହିଛି ଏହି ରେକର୍ଡ

ମୋବାଇଲ ନ୍ୟୁଜ 24×7: କ୍ରିକେଟରେ ଅନେକ ରେକର୍ଡ ରହିଛି ଭାଙ୍ଗିବା କଷ୍ଟ । ସେଗୁଡିକ ମଧ୍ୟରୁ କିଛି ଏମିତି ରେକର୍ଡ ରହିଛି ଯାହା କେହି ନିଜ ନାଁରେ କରିବାକୁ ଚାହିଁବେନି । ଯାହାକୁ କୁହାଯାଏ ଅଲୋଡା ରେକର୍ଡ । ଆଜି ଆସନ୍ତୁ ଜାଣିବା କ୍ରିକେଟର ସେମିତି ଏକ ଅଲୋଡା ରେକର୍ଡ ବିଷୟରେ । ସାଧାରଣତଃ ଗୋଟିଏ ଓଭରରେ ୬ଟି ବଲ ପଡିଥାଏ ।

କିନ୍ତୁ ଯଦି ୱାଇଡ୍ କିମ୍ବା ନୋ ବଲ ହୁଏ ସେହି ହିସାବରେ ପୁଣି ଥରେ ବୈଧ ବଲ ପକାଇ ଓଭର ପୂରଣ କରିବାକୁ ପଡେ । ତେବେ ଆପଣ ଜାଣିଛନ୍ତି କି ଗୋଟିଏ ଓଭରରେ ସବୁଠୁ ଅଧିକ କେତୋଟି ନୋ ବଲ ପଡିଛି? ଆଉ ଏହି ରେକର୍ଡ କେଉଁ ଦେଶର କେଉଁ ଖେଳାଳିଙ୍କ ନାମରେ ରହିଛି? ଆଜି ଏ ସମ୍ପର୍କରେ ଆମେ ଆପଣଙ୍କୁ କହିବୁ । ନୁ୍ୟଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ବର୍ଟ ଭାନ୍ସଙ୍କ ନାମରେ ରହିଛି ଗୋଟିଏ ଓଭରରେ ସବୁଠୁ ଅଧିକ ନୋ ବଲ ପକାଇବାର ଅଲୋଡା ରେକର୍ଡ । ଶେଷ ୨ ଓଭରରେ ଜିତିବା ପାଇଁ ୯୫ ରନ ଆବଶ୍ୟକ ଥିବାବେଳେ ଭାନ୍ସ ୧୬ଟି ନୋ ବଲ ପକାଇଥିଲେ ।

ସେହି ଓଭରରେ ସେ ୨୨ଟି ବଲ୍ ପକାଇ ମୋଟ୍ ୭୭ ରନ୍ ଦେଇଥିଲେ ବିପକ୍ଷ ଦଳ କ୍ୟାଣ୍ଟରବେରୀକୁ । ଏହି ଓଭରରେ ରହିଥିଲା ୬ଟି ଚୌକାକୁ ୮ଟି ଛକା । ୱେଲିଙ୍ଗଟନ୍‌ ପକ୍ଷରୁ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିବା ବେଳେ ୨୦ ଫେବୃଆରୀ ୧୯୯୦ରେ ସେ ଏହି ଅଲୋଡା ରେକର୍ଡ କରିଥିଲେ । ଏହି ମ୍ୟାଚ ଜିତିବାକୁ ଶେଷ ଓଭରରେ ୧୮ ରନ୍ ଆବଶ୍ୟକ ଥିଲା । ଜର୍ମାନ ଲି ପ୍ରଥମ ପାଞ୍ଚଟି ବଲରେ ୧୭ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଶେଷ ବଲରେ ସ୍କୋର କରି ନପାରିବାରୁ ମ୍ୟାଚ୍ ଡ୍ର ରହିଥିଲା । ତେବେ ୧୬ଟି ନୋ ବଲ୍ ପକାଇଥିବା ବର୍ଟ ଭାନ୍ସ ନୁ୍ୟଜିଲ୍ୟାଣ୍ଡ ପାଇଁ ଖେଳି ୪ଟି ଟେଷ୍ଟ ମ୍ୟାଚରେ ୧ ଅର୍ଦ୍ଧଶତକ ସହ ୨୦୭ ରନ୍ ଏବଂ ୮ ଟି ODI ମ୍ୟାଚରେ ୨୪୮ ରନ୍ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com