ଅନ୍ତର୍ଜାତୀୟଜାତୀୟ

ଇସ୍ରାଏଲ: ୟାହ୍ୟା ସିନୱାର ନିହତ, ଭାଇରଲ ହେଲା ମୃତ୍ୟୁ ବେଳେର ଭିଡିଓ

ନୂଆଦିଲ୍ଲୀ: ଇସ୍ରାଏଲ ଆକ୍ରମଣରେ ଟଳିଲା ହମାସ ମୁଖ୍ୟ ୟାହ୍ୟା ସିନୱାର । ଗାଜା ଷ୍ଟ୍ରିପରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ୟାହ୍ୟା ସିନୱାର ନିହତ ହୋଇଥିବା ଦାବି କରିଛି ଇସ୍ରାଏଲ ସେନା । ଇସ୍ରାଏଲ୍ ସେନା ୟାହ୍ୟା ସିନୱାରଙ୍କ ଶେଷ ମୁହୂର୍ତ୍ତର ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛି ।

ଏଥିରେ ଦେଖିବାକୁ ମିିଳିଛି ଯେ, ଆକ୍ରମଣ ହୋଇଥିବା ଏକ କ୍ଷତିଗ୍ରସ୍ତ କୋଠାରେ ସିନୱାର ସୋଫାରେ ବସିଥିବାର ନଜର ଆସିଛି । ନିଜ ପରିଚୟ ଲୁଚାଇବା ପାଇଁ ସେ ମୁହଁରେ କପଡ଼ା ବାନ୍ଧିଛି । ସେ ଆହତ ଅବସ୍ଥାରେ ଥିବା ଭିଡିଓରୁ ଜଣାପଡ଼ୁଛି ଏବଂ ଡ୍ରୋନ୍ ଦେଖିବା ମାତ୍ରେ ସିନୱାର ତା’ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଶେଷରେ ୟାହ୍ୟା ସିନୱାର ନିହତ ହୋଇଥିବା ଜଣାପଡ଼ିଛି । ଇସ୍ରାଏଲ୍ ସେନା ଡିଏନ୍ଏ ପରୀକ୍ଷା ମାଧ୍ୟମରେ ୟାହ୍ୟା ସିନୱାର ମୃତ୍ୟୁକୁ ସ୍ପଷ୍ଟ କରିଛି ।

ତେବେ ମୃତଦେହର ମୁହଁ, ଦାନ୍ତ ଏବଂ ଘଡ଼ିରୁ ଏହା କୁହାଯାଉଛି ଯେ, ନିହତ ହୋଇଥିବା ବ୍ୟକ୍ତି ହେଉଛି ୟାହ୍ୟା ସିନୱାର । ୟାହ୍ୟା ସିନୱାରକୁ ମାରିବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ୟାହ୍ୟା ସିନୱାର ନିହତ ହୋଇଛି, କିନ୍ତୁ ଯୁଦ୍ଧ ଜାରି ରହିଛି । ସୂଚନାଯୋଗ୍ୟ, ସିନୱାର ପୂର୍ବରୁ ଜୁଲାଇରେ ଇସ୍ରାଏଲ ଆକ୍ରମଣରେ ହାମାସର ରାଜନୈତିକ ମୁଖ୍ୟ ଇସ୍ମାଇଲ ହାନିୟେହ ମଧ୍ୟ ନିହତ ହୋଇଥିଲା । ସେପଟେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା ।

ସିନୱାର ନିହତ, ଇସ୍ରାଏଲ୍ ପାଇଁ ଭଲ ଦିନ ବୋଲି କହିଛନ୍ତି ଜୋ ବାଇଡେନ୍ । ସିନୱାରଙ୍କ ମୃତ୍ୟୁ ହମାସ ପାଇଁ ଇସ୍ରାଏଲର ବନ୍ଦୀମାନଙ୍କୁ ମୁକ୍ତ କରିବା ଏବଂ ଗାଜାରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏକ ସୁଯୋଗ। ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରିବାର ମାଷ୍ଟରମାଇଣ୍ଡର ମୃତ୍ୟୁ ପୁଣି ଥରେ ପ୍ରମାଣିତ କରିଛି ଯେ, ଦୁନିଆରେ କୌଣସି ଆତଙ୍କବାଦୀ ନ୍ୟାୟରୁ ବଞ୍ଚି ପାରିବ ନାହିଁ। ଯେତେ ସମୟ ଲାଗିଲେ ମଧ୍ୟ ଆତଙ୍କବାଦର ପରାଜୟ ସୁନିଶ୍ଚିତ।

Related Articles

Back to top button
WP Twitter Auto Publish Powered By : XYZScripts.com