ଓଡ଼ିଶାରାଜନୀତି

କଂଗ୍ରେସକୁ ଆସିବେ ଅନ୍ୟ ଦଳର ବହୁ ନେତା: ମହମ୍ମଦ ମୋକିମ

ଭୁବନେଶ୍ୱର: ନୂଆ ପିସିସି ସଭାପତି ଚୟନ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ଚର୍ଚ୍ଚାରେ ରହିଛି। ଏନେଇ ପ୍ରତିକ୍ରିୟା ମୋକିମ ନିଜ ପ୍ରତିକ୍ରିୟା ରଖିଛନ୍ତି। ଖୁବଶୀଘ୍ର ଦିଲ୍ଲୀରୁ ଦୁଇଜଣ କଂଗ୍ରେସ ପ୍ରତିନିଧି ଓଡ଼ିଶା ଆସିବେ । ଏଠାରେ ତୃଣମୂଳ କର୍ମୀଙ୍କ ସହ ଆଲୋଚନା କରିବେ । ଆଲୋଚନା ନିର୍ଯ୍ୟାସକୁ ନେଇ ସେମାନେ ଦିଲ୍ଲୀ ଫେରିବେ ।

ଏହାପରେ ହାଇକମାଣ୍ଡ ପିସିସିଙ୍କ ନାଁ ଘୋଷଣା କରିବେ ବୋଲି କହିଛନ୍ତି ମହମ୍ମଦ ମୋକିମ । ସେ ଆହୁରି କହିଛନ୍ତି, ଦୀପାବଳି ପୂର୍ବରୁ ଘୋଷଣା ହୋଇପାରେ ନୂଆ ପିସିସି ସଭାପତିଙ୍କ ନାଁ । ରାଜ୍ୟରେ କଂଗ୍ରେସ ମଜଭୂତ ସ୍ଥିତିରେ ରହିଛି । କଂଗ୍ରେସ ଭବିଷ୍ୟତ ମଧ୍ୟ ଉଜ୍ବଳ ରହିଛି । କଂଗ୍ରେସ ଛାଡ଼ିଥିବା ବହୁ କଂଗ୍ରେସ ନେତା ଦଳକୁ ଫେରିବେ । ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । କିଛି ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ବିଧାୟକ ପାର୍ଥି, ବିଭିନ୍ନ ଦଳର ତୁଙ୍ଗ ନେତାମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । ଯେଉଁ ନେତାମାନେ ଅନ୍ୟ ଦଳରେ ଅବହେଳିତ ହୋଇଛନ୍ତି ସେମାନେ ମଧ୍ୟ କଂଗ୍ରେସରେ ମିଶିବେ ବୋଲି କହିଛନ୍ତି ମୋକିମ ।

ସେପଟେ ଗୁରୁବାର ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ଆଉ କିଛି ରାଜ୍ୟ ସଭା ଏମ୍‌ପି ବିଜେଡି ଛାଡ଼ିବେ। ୨ ଜଣଙ୍କ ପରେ ଆଉ କିଛି ଏମ୍‌ପି ଦଳ ଛାଡ଼ିବେ। ପୂର୍ବରୁ ଦଳରେ ଅସନ୍ତୋଷ ଲାଗି ରହିଥିଲା, କିନ୍ତୁ କେହି ମୁହଁ ଖୋଲି କହି ପାରୁ ନ ଥିଲେ। ଭିତରେ କୁହୁଳୁଥିବା ନିଆଁ ଏବେ ଚାରିଆଡ଼େ ବ୍ୟାପୁଛି । ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ ବୋଲି ଅମର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com