ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ; ବଦଳରେ କଣ ରହିବ, ଜାଣନ୍ତୁ
ଭୁବନେଶ୍ୱର: ପରିବର୍ତ୍ତନ ହେବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ । ଏହାବଦଳରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ନାଁ ରଖାଯାଇ ଯୋଜନା ଚାଲିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ l ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ l ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁ ଓ ପଞ୍ଚାୟତର ବିକାଶ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
ଲୋକଙ୍କ ଆଭିମୁଖ୍ୟକୁ ନେଇ ଦୁଇ ଦିନ ଭିତରେ ଗାଇଡଲାଇନ୍ ଅଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ କେବଳ ଏତିକି ନୁହେଁ ପୂର୍ବ ସରକାରଙ୍କୁ ମଧ୍ୟ ଏହି ଅବସରରେ ନିଶାନା କରିଛନ୍ତି । ଆମ ଓଡିଶା ନବୀନ ଓଡ଼ିଶାରେ ପଂଚାୟତ ପ୍ରତିନିଧି ମାନେ ପ୍ରଥମ ଥର ପାଇଁ ଆନ୍ଦୋଳନକୁ ଓହ୍ଲାଇ ଥିଲେ । କୋଭିଡ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳ ଆଖ୍ୟା ଦେଇ ପରେ କ୍ଷମତା ହଟାଇ ଦେଲେ । କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ.ପଂଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ସେ ଦୋହରାଇଛନ୍ତି ।