Uncategorizedଓଡ଼ିଶା

ଭୟଙ୍କର ବାତ୍ୟା ‘ଦାନା’ କାହିଁକି ହେଲା ଦୁର୍ବଳ? କାରଣ କଣ ଜାଣନ୍ତୁ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନଠାରୁ କମ୍ହୋଇଛି ବର୍ଷା ପବନ ତେବେ ବାତ୍ୟା ଦୁର୍ବଳ ହେବା ପରେ ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କିମାରିଛି ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟାଦାନା’? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ୍ପ୍ରକ୍ରିୟା ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକୁ ଆସିବାପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ଏନେଇ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏତେ ଭୟଙ୍କର ରୂପ ଧାରଣ କରି ଆସୁଥିବା ବାତ୍ୟା ହଠାତ୍କାହିଁକି ଦୁର୍ବଳ ହୋଇପଡ଼ିଲା

ତେବେ ଏହାର କାରଣ କହିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସେ କହିଛନ୍ତି, ‘ଦାନାଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ୍ସର୍କୁଲେସନ ସୃଷ୍ଟି ହୋଇଥିଲା ଉଭୟ ପୂର୍ବ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ୍ସର୍କୁଲେସନ ସୃଷ୍ଟି ହେବାରୁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ଲ୍ୟାଣ୍ଡଫଲ୍ପ୍ରକ୍ରିୟା ସାଧାରଣତଃ ୫ରୁ ଘଣ୍ଟା ଲାଗିଥାଏ ହେଲେ ବାତ୍ୟାଦାନା ଲ୍ୟାଣ୍ଡଫଲ୍ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା ତେଣୁ ବାତ୍ୟା ଦୁର୍ବଳ ହୋଇପଡ଼ିଲା ଏହାର ଅର୍ଥ ବାତ୍ୟାର ଦୁଇ ପଟେ ଉଭୟ ପୂର୍ବ ପଶ୍ଚିମ ଦିଗରେ ଦୁଇଟି ଗୁରୁଚାପ ବଳୟ ସୃଷ୍ଟି ହୋଇଥିଲା। ତାହା ଦୁଇ ପଟୁ ବାତ୍ୟାଦାନାକୁ ଚାପିଦେଲା ଏଥିସହ ଗୁରୁଚାପ ବଳୟରୁ ନିର୍ଗତ ହେଉଥିବା ଶୁଷ୍କ ବାୟୁଦାନାମଧ୍ୟରେ ପ୍ରବେଶ କଲା ଏଥିପାଇଁ ବାତ୍ୟାଦାନାଦୁର୍ବଳ ହୋଇପଡ଼ିବା ସହ ଏହାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ବୋଲି ସେ କହିଛନ୍ତି

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଆମ ପୂର୍ବାନୁମାନ ପ୍ରାୟତଃ ଠିକ୍ରହିଛି। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍କରିବ l ସେତେବେଳେ ପବନର ବେଗ କେତେ ରହିବ ସେ ନେଇ ଆମ ଆକଳନ ଠିକ୍ରହିଛି ମାତ୍ର ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ଚାପି ହୋଇଯିବା ଯୋଗୁ ଏହା ଶକ୍ତିଶାଳୀ ହୋଇ ପାରିଲାନି ଫଳରେ ଏହାର ଲ୍ୟାଣ୍ଡଫଲ୍ପ୍ରକ୍ରିୟା ଅଧିକ ସମୟ ଚାଲିଲା ଏଥିସହ କେବଳ ଲ୍ୟାଣ୍ଡଫଲ୍କରିବା ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ ବର୍ଷାର ପରିମାଣ କମ୍ରହିଲା

ମୁଖ୍ୟତଃ ବାତ୍ୟା ଶକ୍ତିଶାଳୀ ହେଲେ ହିଁ ତାହାର ଆଖି ଦୃଶ୍ୟମାନ ହୋଇଥାଏ ମାତ୍ରଦାନାଦୁର୍ବଳ ହୋଇ ପଡ଼ିବାରୁ ତାହାର ଆଖି ବାହାରି ଥିଲା ଦୁର୍ବଳ ବାତ୍ୟା ସମ୍ପର୍କରେ ପୁର୍ବାନୁମାନ କରିବା ଅଧିକ କଷ୍ଟକର ବୋଲି କହିଛନ୍ତି ଉମାଶଙ୍କର ଦାସ ସଦ୍ୟ ରିପୋର୍ଟ ଅନୁଯାୟୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ କେଉଁ ସ୍ଥାନରେ କାଁଭାଁ ବର୍ଷା ହୋଇଥିବା ଜଣାଯାଇଛି ମୁଖ୍ୟତଃ ବାତ୍ୟାଟି ଦୁର୍ବଳ ହୋଇପଡ଼ିବାରୁ ଏହାର କେନ୍ଦ୍ରସ୍ଥଳ ଆଖପାଖ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରେ ବର୍ଷା ହୋଇ ଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ

Related Articles

Back to top button