ଓଡ଼ିଶା

ପଞ୍ଚିମା ଝଡ ନେଇ ସତର୍କ କରାଇଲା ଏସ ଆର ସି

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ଧରି ଶୀତର ପ୍ରକୋପ ଜାରୀ ରହିଥିବା ବେଳେ ଏହା କିଛି ମାତ୍ରାରେ କମିଛି । ତେବେ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକି ଆସନ୍ତା ୧୭ ତାରିଖ ବେଳକୁ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ତେବେ ୯ଟି ଜିଲ୍ଲା ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ସମେତ ଯଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ପଶ୍ଚିମା ଝଡକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥିସହିତ ସତର୍କ ରହିବାକୁ ପାଣିପାଗ ବିଭାହ ପରାମର୍ଶ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com