Uncategorizedଓଡ଼ିଶା

ଆୟୁଷ୍ମାନ ଭାରତ ଯୋଜନା: ଆଜି ଓଡ଼ିଶାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆଜି ଓଡ଼ିଶାରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଏହି ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ଭିସି ଜରିଆରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଏହି ଯୋଜନାରେ ସାମିଲ ହେବେ ୭୦ ବର୍ଷରୁ ଅଧିକ ବୟସ୍କ । ୭୦ ବର୍ଷ ଉପରେ ଥିବା ସମସ୍ତ ଧନୀ ଗରିବ ସମସ୍ତଙ୍କୁ ମିଳିବ ଏହି ଚିକିତ୍ସା ସୁବିଧା । ୨୦୨୫ ମାର୍ଚ୍ଚ ସୁଦ୍ଧା ୧ କୋଟିଙ୍କୁ ଅଧିକ ଲୋକଙ୍କୁ ଏହି ସୁବିଧା ମିଳିବ ।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଶୁଭାରମ୍ଭର ଦୀର୍ଘ ୬ ବର୍ଷ ପରେ ଏହି ଲାଭ ପାଇବ ଓଡ଼ିଶା । ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦେବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ନୂଆ କାର୍ଡ ଦ୍ବାରା ରାଜ୍ୟରେ ଏକ କୋଟି ପରିବାରକୁ ମିଳିବ ମାଗଣା ଚିକିତ୍ସା ସୁବିଧା । ପୁରୁଣା କାର୍ଡ ରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିବା ବେଳେ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସୂଚନା ମୁତାବକ, ଆୟୁଷ୍ମାନ ଭାରତ ପାର୍ଟ-୨ ସହ ଖୋର୍ଦ୍ଧାରେ ଯୋଗ ଓ ପ୍ରାକୃତିକ ଚିକିତ୍ସା ଲାଗି କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଭୁବନେଶ୍ୱର ଗୋଠପାଟଣାରେ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟାରୀ ଓ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ୍ କେୟାର ସେଣ୍ଟରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଆୟୁଷ୍ମାନ ଯୋଜନାର ପାର୍ଟ-୨ ମଙ୍ଗବାର ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ। ଅନ୍ୟପଟେ ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ରାଜ୍ୟରେ ଏକ କୋଟି ପରିବାର ପାଇଁ ଏହି ନୂଆ କାର୍ଡର ବ୍ୟବସ୍ଥା କରାଯି । ନୂଆ କାର୍ଡ ଚଳିତ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com