କ୍ରୀଡ଼ାଜାତୀୟ

୩ୟ ଟେଷ୍ଟ:ଟିମ ଇଣ୍ଡିଆର ଆଶ୍ଚର୍ଯ୍ୟଜନକ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆର ଏକ ବଡ ପରିବର୍ତ୍ତନ ହୋଇଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ ଶୁକ୍ରବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ମଧ୍ୟାହ୍ନ ସୁଦ୍ଧା ଦଳ ୩ ଉଇକେଟ ବିନିମୟରେ ୧୧୨ ରନ ସଂଗ୍ରହ କରିଛି । ଓ୍ବିଲ ୟୋଙ୍ଗ ୫୪ ରନ୍‌ ଏବଂ ଡାରିଲ ମିଚେଲ ୧୨ ରନ୍‌ କରି ଅପରାଜିତ ରହିଛନ୍ତି । ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଦଳର ସ୍କୋର ୧୫ ରନ ହୋଇଥିବାବେଳେ ପ୍ରଥମ ଉଇକେଟର ପତନ ଘଟିଥିଲା । ଏହା ପରେ ୫୯ ରନରେ ୨ୟ ଏବଂ ୭୨ ରନରେ ଦଳ ୩ୟ ଉଇକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ହେଲେ ଓ୍ବିଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଦଳର ସ୍ଥିତି ସମ୍ଭାଳିଛନ୍ତି । ଭାରତୀୟ ବୋଲର ଓ୍ବାଶିଂଟନ ସୁନ୍ଦର ୨ଟି ଏବଂ ଆକାଶ ଦୀପ ୧ଟି ଉଇକେଟ ଅକ୍ତିଆର କରିଛନ୍ତି । ଟସ ପରେ ରୋହିତ ଶର୍ମା ଜସପ୍ରୀତ ବୁମ୍‌ରା ନ ଖେଳିବାର କାରଣ ବର୍ଣ୍ଣନା କରି କହିଛନ୍ତି, ଆମେ ଜାଣୁ ଯେ ସିରିଜରେ ଆମେ ଭଲ ଖେଳ ପ୍ରଦର୍ଶନ କରିନାହୁଁ। ୱାଙ୍ଖେଡେ ପିଚ ଭଲ ଅବସ୍ଥାରେ ଦେଖାଯାଉଛି, ଆଶା କରୁଛୁ ଆମେ ଶୀଘ୍ର ବାହାରକୁ ଯାଇପାରିବା। ବୁମରା ଏପର୍ଯ୍ୟନ୍ତ ସୁସ୍ଥ ନାହାନ୍ତି, ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ, ବୁମ୍‌ରାଙ୍କ ସ୍ବାସ୍ଥ୍ୟ ଉପରେ ବିସିସିଆଇ ମଧ୍ୟ ଏକ ବଡ ଅପ୍‌ଡେଟ୍‌ ଦେଇଛି।

ବିସିସିଆଇ କହିଛି ଯେ, ବୁମରା ଭାଇରାଲ ସଂକ୍ରମଣରେ ପୀଡିତ, ଏହି କାରଣରୁ ସେ ତୃତୀୟ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି । ଚଳିତ ସିରିଜରେ ୨ଟି ମ୍ୟାଚରେ ବୁମ୍‌ରା ମାତ୍ର ୩ ଉଇକେଟ ନେଇପାରିଛନ୍ତି। ଟିମ ଇଣ୍ଡିଆ ପାଇଁ ବୁମ୍‌ରାାଙ୍କ ଫିଟନେସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ବନାମ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ୨୨ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଗାମୀ ସିରିଜ ପାଇଁ ମହମ୍ମଦ ଶାମି ଟିମ ଇଣ୍ଡିଆ ଦଳରେ ସ୍ଥାନ ପାଇନାହାଁନ୍ତି, ଏପରି ପରିସ୍ଥିତିରେ ବୁମରା ବୋଲର ଆକ୍ରମଣର ନେତୃତ୍ୱ ନେବେ।

Related Articles

Back to top button
WP Twitter Auto Publish Powered By : XYZScripts.com