Uncategorizedଓଡ଼ିଶା
ଆସନ୍ତା ନଭେମ୍ବର ୨ରୁ ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର: ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏଠାରେ ସେ ଓଡିଶା ପର୍ଯ୍ୟଟନ ପ୍ରବାସୀ ଏବଂ ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ସମ୍ପର୍କକୁ ମଜବୁତ କରିବ l ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ଉପମୁଖ୍ୟନ୍ତ୍ରୀ ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ । ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଦୃଢ଼ ଆଶା କରାଯାଉଛି ।