ଓଡ଼ିଶା

ମେଘନାଦ ପାଚେରୀରେ; ଫାଟକୁ ନେଇ ଆମେ ଚିନ୍ତିତ ଅଛୁ, ତୁରନ୍ତ ମରାମତି ହେବ: ଆଇନ ମନ୍ତ୍ରୀ

ପୁରୀ: ମେଘନାଦ ପାଚେରୀରେ ଫାଟକୁ ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ବଡ ବୟାନ । ଏନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ । ଯେମିତି କୌଣସି ସମସ୍ୟା ହେବ ନାହିଁ ତାର ସ୍ପଷ୍ଟତା ଆମେ ଦେଉଛୁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସୂଚନା ମୁତାବକ, ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀରର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏହି ସବୁ ଫାଟରୁ ପାଣି ଗଳୁଛି । ଆନନ୍ଦ ବଜାରର ହାତ ଧୁଆ ପାଣି ଫାଟ ଦେଇ ବାହାରୁଛି । ସେହି ସବୁ ସ୍ଥାନରେ ଶିଉଳି ବସି ଯାଇଛି। ଯାହା ଫଳରେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହାକୁ ନେଇ ଏବେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମେଘନାଦ ପାଚେରୀରର ତୁରନ୍ତ ମରାମତି କରାଯିବ ବୋଲି କହିଛନ୍ତି । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମେଘନାଦ ପାଚେରୀର ସୁରକ୍ଷାକୁ ନେଇ ଆମେ ଚିନ୍ତିତ ଅଛୁ । ଏଏସ୍‌ଆଇ, ଟେକ୍ନିକାଲ୍‌ ଟିମ ମଧ୍ୟ ସର୍ଭେ କରିଛନ୍ତି । ଖୁବଶୀଘ୍ର ରିପୋର୍ଟ ଆସିବ । ମେଘନାଦ ପାଚେରୀ ଫାଟକୁ ଗୁରୁତ୍ୱର ନେବା ସହ ଖୁବଶୀଘ୍ର ମରାମତିର ବ୍ୟବସ୍ଥା କରିବୁ । ଅନ୍ୟପଟେ ଶ୍ରୀମନ୍ଦିରର ସୁଉଚ୍ଚ ସୁଦୀର୍ଘ ସୁରକ୍ଷା ପାଚେରୀ । ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି ।

ନାଁ ତାର ମେଘନାଦ ପାଚେରୀ । ପୁରାଣ କହେ ଏହା ସମୁଦ୍ରର ଘୁ ଘୁ ଶବ୍ଦକୁ ମଧ୍ୟ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଏ ନାହିଁ । ହେଲେ ବିଡମ୍ବନାର ବିଷୟ ଯାହାକୁ ଶବ୍ଦ ଭେଦ କରିପାରିଲା ନାହିଁ, ତାକୁ ଆଜି ପାଣି ଭେଦେଇ ଦେଇଛି । ସୁଦୀର୍ଘ ପାଚେରୀର ଠାବେ ଠାବେ ଫାଟ ସୃଷ୍ଟି ହୋଇ ପାଣି ଗଳୁଛି । ଏମିତିକି ଶିଉଲି ବି ମାଡିଗଲେଣି l ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହେବା, ଏବେ ଚିନ୍ତାର କାରଣ ହୋଇଛି । ସ୍ଥାନୀୟ ଲୋକେ ଏବଂ ଭକ୍ତ ଏହାର ତୁରନ୍ତ ମରାମତି ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com