ଭୁବନେଶ୍ୱର: ମୁଁ ଶପଥ ନେଇଛି, ବିଭାଗକୁ ସ୍ୱଚ୍ଛ କରିବି । ସୋମବାର ଏଭଳି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣ ସହାୟକ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଏଭଳି କହିଛନ୍ତି । ଏଥିସହ ଦୁର୍ନୀତି ରୋକିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଆପଣ ଚାହିଁଲେ ମଣ୍ଡିରେ ଭ୍ରଷ୍ଟାଚାର ହେବ ନାହିଁ । ଅନ୍ୟାୟ କରୁଥିବା ଓ ଅନ୍ୟାୟକୁ ପ୍ରଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା । ମୁଁ ଶପଥ ନେଇଛି, ବିଭାଗକୁ ସ୍ୱଚ୍ଛ କରିବି ବୋଲି ମନ୍ତ୍ରୀ ପାତ୍ର କହିବା ସହ ଧାନକିଣା ବେଳେ ସ୍ୱଚ୍ଛତା ରଖିବାକୁ ସହାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ, ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିବା ପ୍ରସଙ୍ଗ ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପର୍ଯ୍ୟାପ୍ତ ଚାଉଳ ମହଜୁଦ ଥାଇ ବି ସେମାନଙ୍କର ମୃତ୍ୟୁ ହୋଇଛି’। ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ, ସବୁବେଳେ ଖାଆନ୍ତି। ଚାଉଳ ଅଭାବରୁ ନୁହେଁ, ବାସୀ ଖାଦ୍ୟ ଖାଇ ମୃତ୍ୟୁ ହୋଇଛି ।