ଓଡ଼ିଶା

ରାଜ୍ୟରେ ବାଘ ବଂଶ ବିସ୍ତାର ଉଦ୍ଦେଶ୍ୟରେ, ଶିମିଳିପାଳକୁ ପୁଣି ଆସିବ ଆଉ ଏକ ବାଘୁଣୀ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ । ସେଥିପାଇଁ ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଲେ ମୟୂରଭଞ୍ଜ ଜିଲ୍ଲାର ଦଶ ଜଣିଆ ଟିମ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସହକାରୀ ବନ ସଂରକ୍ଷକ ପ୍ରଦୀପ ଦେଙ୍କ ନେତୃତ୍ବରେ ଏକ ଦଶ ଜଣିଆ ଟିମ ମହାରାଷ୍ଟ୍ର ଗସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରାଣୀ ଚିକିତ୍ସକ ଅଭିଳାଷ ଆଚାର୍ଯ୍ୟ ଏଵଂ ଡେପୁଟି ରେଞ୍ଜର ଦୀପ୍ତିମାନ ପଣ୍ଡା ଅନ୍ତର୍ଭୁକ୍ତ ।

ଏହି ଟିମ ତଡବା ବ୍ୟାଘ୍ର ପ୍ରକଳ୍ପରେ ଅନ୍ୟ ଏକ ବାଘୁଣୀକୁ ଧରିବାକୁ ଯୋଜନା କରୁଛନ୍ତି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଅଣାଯାଇଥିଲା ଶିମିଳିପାଳ । ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା । କିଛି ଦିନ ତଳେ ବାରହା ଶିକାର କରି ଖାଇଥିଲା ଯମୁନା । ରାଜ୍ୟରେ ବାଘ ବଂଶ ବିସ୍ତାର ହେବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଅଣାଯାଇଥିଲା ।

୨୦୨୪ର ରାଜ୍ୟସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା । ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ଟି ବେଙ୍ଗଲ ବାଘର ଛୁଆ ଦେଖାଯାଇଥିଲେ । ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com