ଓଡ଼ିଶା
ଏକା ବେଳେ ଦୁଇଟି କିସ୍ତିର ଟଙ୍କା ପାଇବେ ସୁଭଦ୍ରା ହିତାଧିକାରୀ
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ଆଉ ଏକ ଅପଡେଟ । ଡିସେମ୍ବର ସୁଦ୍ଧା ରାଜ୍ୟରର ସମସ୍ତ ସୁଭଦ୍ରା ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା । ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।
ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ସମସ୍ତ ପର୍ଯ୍ୟାୟ ଡିସେମ୍ବର ସୁଦ୍ଧା ଶେଷ ହେବ । ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତୃତୀୟ ପର୍ୟ୍ୟାୟ ସୁଦ୍ଧା ୮୦ ଲକ୍ଷରୁ ଅଧିକ ମହିଳା ସୁଭଦ୍ରାର ଲାଭ ଉଠାଇଥିବା ବେଳେ ଡିସେମ୍ବରରେ ପ୍ରଥମ କିସ୍ତିର ଶେଷ ପର୍ୟ୍ୟାୟ ଟଙ୍କା ପ୍ରଦାନ କରାଯିବ ।
ଏହାପରେ ଆସନ୍ତା ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ । ଏହା ମଧ୍ୟରେ ଯେଉଁମାନେ ଜାନୁଆରୀ କିମ୍ବା ଫେବୃଆରୀରେ ଆବେଦନ କରିଥିବେ, ସେମାନଙ୍କୁ ସିଧାସଳଖ ମାର୍ଚ୍ଚରେ ଦୁଇଟି କିସ୍ତି ଟଙ୍କା ମିଳିବ ।