Featuredଜାତୀୟ

ଆଜିଠୁ କମ୍ପିଛି ସଂସଦ: ଗୃହକୁ ପ୍ରବେଶ ପୂର୍ବରୁ ବିରୋଧୀଙ୍କ ଉପରେ ଗର୍ଜିଲେ ମୋଦି

ନୂଆଦିଲ୍ଲୀ: ଆଜିଠୁ କମ୍ପିଛି ସଂସଦ । ଶୀତକାଳୀନ ଅଧିବେସନର ପ୍ରଥମ ଦିନରେ ସଂସଦକୁ ପ୍ରବେଶ କରିବା ପୂର୍ବରୁ ବିରୋଧୀଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗର୍ଜନ କରି ମୋଦି କହିଛନ୍ତି ଯେ, କିଛି ଲୋକ ସଂସଦରେ ହଙ୍ଗାମା କରନ୍ତି । ଲୋକେ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି । ସଂସଦକୁ ସୁଚାରୁ ରୂପେ ଚଲାଇବା ପାଇଁ ମୁଁ ବିରୋଧୀଙ୍କୁ ସବୁବେଳେ ଅନୁରୋଧ କରିଆସିଛି । କିଛି ବିରୋଧୀ ଦଳ ନେତା ସଂସଦରେ ଶାନ୍ତିର ସହ କାମ କରୁଥିବା ବେଳେ ଆଉ କିଛି ନେତା ଗୃହକାର୍ୟ୍ୟକୁ ଖରାପ କରନ୍ତି । ନିଜର ସାଥୀ ସହଯୋଗୀଙ୍କ ଭାବନାକୁ ଅନାଦର କରିଥାନ୍ତି । ସବୁ ଦଳରେ ନୂଆ ନୂଆ ସାଥୀ ଯୋଡି ହୋଇଛନ୍ତି । ଦେଶକୁ ଆଗକୁ ନେବା ପାଇଁ ସମସ୍ତଙ୍କର ନୂଆ ନୂଆ ଚିନ୍ତାଧାରା ରହିଛି ।

ତେଣୁ ବର୍ତ୍ତମାନ ସମୟ ଆସିଛି, ବିତିଯାଇଥିବା ସମୟକୁ ମନେ ପକାଇ ଅନୁତାପ କରିବା ସହ ବିଗତ ଦିନରେ କରିଥିବା ଭୁଲକୁ ସୁଧାରିବାର । ଯେପରି ଆଗାମୀ ପୀଢି ଏଥିରୁ ପ୍ରେରଣା ପାଇବେ । ମୁଁ ଆଶା କରୁଛି ଏହି ଅଧିବେଶନରେ ଦାବି ଉଠାଇବା ପାଇଁ ନୂଆ ସାଂସଦଙ୍କୁ ସୁଯୋଗ ମିଳିବ । ଏବଂ ନୂଆ ବିଚାରକୁ ସ୍ୱାଗତ କରାଯିବ ।

ତେବେ ଶାସକ ଦଳକୁ ଘେରିବା ପାଇଁ ସେପଟେ ବିରୋଧୀ ମଧ୍ୟ ତୟାର । ବିରୋଧୀଙ୍କ ପାଖରେ ରହିଛି ଅନେକ ପ୍ରସଙ୍ଗ । ନିକଟ ଅତୀତରେ ଯେଉଁ ସବୁ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା, ତାହାକୁ ଅସ୍ତ୍ର କରି ବିରୋଧୀଙ୍କ ପ୍ରଶ୍ନରେ ଶାସକ ଦଳ କିପରି ଉତ୍ତର ରଖୁଛି ତାହା ଦେଖିବା ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com