ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଅସୁସ୍ଥ । ସ୍ୱାସ୍ଥ୍୍ୟବସ୍ଥା ବିଗିଡିବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଶକ୍ତିକାନ୍ତ ଦାସ ଏସିଡିଟି ଅନୁଭବ କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲ୍କୁ ନିଆଯାଇଥିଲା।
ସୂଚନା ମୁତାବକ, ଗତକାଲି ରାତିରେ ଶକ୍ତିକାନ୍ତ ଦାସ ଛାତିରେ ଜଳାପୋଡା ସାଙ୍ଗକୁ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଚିକିତ୍ସା କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।