ଓଡ଼ିଶା

ବର୍ଷା-ଅନୁଭବଙ୍କ ମାମଲା: ହାଇକୋର୍ଟଙ୍କ ରହିତାଦେଶ, ୩ ଜଣଙ୍କୁ ଜବାବ ରଖିବାକୁ ଜାରି ହେଲା ନୋଟିସ୍

କଟକ() ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ରହିତାଦେଶ ସହିତ ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ଏହି ତିନି ଜଣ ହେଲେ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବ । ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ବର୍ଷାଙ୍କ ଠାରୁ ସ୍ପାଉସ୍ କାର୍ଡ ଫେରାଇ ନେବାକୁ ସଂସଦକୁ ଜଣାଇଥିଲେ ସାଂସଦ ଅନୁଭବ । ଏନେଇ ପାର୍ଲାମେଣ୍ଟ୍ ସେକ୍ରେଟାରିଏଟ୍ ପକ୍ଷରୁ ବର୍ଷାଙ୍କୁ ନୋଟିସ୍ ହୋଇଥିଲା । ଆଉ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

Related Articles

Back to top button
WP Twitter Auto Publish Powered By : XYZScripts.com