Featuredଓଡ଼ିଶା

ସୁଭଦ୍ରା ଯୋଜନା ପାଇଁ ବଦଳିଲା ବ୍ୟାଙ୍କର ସମୟ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ନୂଆ କଥା ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ବଡ଼ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ ଏବେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବ୍ୟାଙ୍କ ସମୟ ବଦଳିବ ।

ହିତାଧିକାରୀଙ୍କୁ ଅଧିକ ସମୟ ଦେବାପାଇଁ ଦିନ ୧୦ଟା ବଦଳରେ ସାଢେ ୮ଟାରେ ଆଜି ବ୍ୟାଙ୍କ ଖୋଲିଛି । କେୱାଇସି ଅପଡେଟ ପାଇଁ ହେଉଥିବା ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୀଘ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।

ଅନେକ ହିତାଧିକାରୀ ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ ସୁଭଦ୍ରା ଟଙ୍କା ପାଇବା ସେମାନଙ୍କ ପାଇଁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଦୂରଦୂରାନ୍ତରୁ ଶହ ଶହ ମହିଳା ସକାଳ ୭ ଟାରୁ ଆସି ବ୍ୟାଙ୍କ ସାମ୍ନାରେ ଲମ୍ବା ଧାଡିରେ ଛିଡା ହୋଇ ରହିଛନ୍ତି । ବ୍ୟାଙ୍କ ଜମା ଖାତା ସହ ଆଧାର ଓ ମୋବାଇଲ ନମ୍ବର ଲିଙ୍କ ହୋଇ ନଥିବାରୁ ଏଯାଏଁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ଅନେକ ହିତାଧିକାରୀ।

Related Articles

Back to top button
WP Twitter Auto Publish Powered By : XYZScripts.com