ଜାତୀୟ

ବିଗିଡିଛି ଦିଲ୍ଲୀର ଆଇନଶୃଙ୍ଖଳା ପରିସ୍ଥିତି: କେଜ୍ରିୱାଲ

ନୂଆଦିଲ୍ଲୀ: ବିଗିଡିଛି ଦିଲ୍ଲୀର ଆଇନଶୃଙ୍ଖଳା ପରିସ୍ଥିତି । ଏପରି କିଛି କହିଛନ୍ତି ଆପର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ହୃଦୟର ସହିତ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଗତ ଦେଢ ବର୍ଷ ମଧ୍ୟରେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ବିଗିଡି ଯାଇଛି । ରାଜଧାନୀରେ ଗ୍ୟାଙ୍ଗ ଓ୍ବାର, ଚୋରୀ ତସ୍କରୀ ଏବଂ ମହିଳାଙ୍କ ବିରୁଦ୍ଧରେ ବହୁ ଅପରାଧିକ ଘଟଣା ଘଟିଛି ଯାହା ହୃଦୟ ବିଦାରକ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଲୋକମାନେ କହୁଛନ୍ତି ଯେ ଦିଲ୍ଲୀ ସବୁଠାରୁ ଅସୁରକ୍ଷିତ ରାଜଧାନୀ ପାଲଟିଛି । ଆଜି ଦିଲ୍ଲୀର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦଶ ବର୍ଷ ପୂର୍ବେ, ଲୋକମାନେ ମୋତେ ବିଦ୍ୟୁତ୍, ଜଳ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଦାୟିତ୍ବ ଦେଇଥିଲେ, ଯାହା ଆମେ ଭଲ ଭାବେ ତୁଲାଇଥିଲୁ । କିନ୍ତୁ ଯେଉଁମାନେ ଦିଲ୍ଲୀରେ ଆଇନ ଶୃଙ୍ଖଳା ପାଇଁ ଦାୟୀ, ସେମାନେ ଏହାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com