ଭୁବନେଶ୍ୱର: ବଦଳିବ ରାଜ୍ୟ ଯୋଜନା ବୋର୍ଡର ଢାଞ୍ଚା । ନୀତି ଆୟୋଗର ଢାଞ୍ଚାରେ ହେବ ରୂପାନ୍ତରଣ । ଏନେଇ ବିଧାନସଭାରେ ଉତ୍ତର ରଖି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯୋଜନା ବୋର୍ଡର ପୁନର୍ଗଠନ ପାଇଁ କରାଯାଉଛି ଆଲୋଚନା ।
ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ବୈଠକ ଗତ ୨୪ ବର୍ଷ ଭିତରେ ମାତ୍ର ଦୁଇ ଥର ବସିଛି । ୨୦୦୩ ମେ ମାସରେ ଆଉ ୨୦୦୭ ଅକ୍ଟୋବର ମାସରେ ହିଁ ଶେଷ ଥର ପାଇଁ ଏହି ବୈଠକ ବସିଥିଲା । ତେଣୁ ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ଗୋଟିଏ ଯୋଜନା ବୋର୍ଡର ପୁନର୍ଗଠନ ପାଇଁ ସରକାର ଚିନ୍ତା କରୁଥିବା ସେ କହିଛନ୍ତି ।
ଗୁରୁବାର ଗୃହରେ ଏହାକୁ ନେଇ ପ୍ରଶ୍ନ କରିଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ବୋର୍ଡର ପୁନର୍ଗଠନ କେବେ ସୁଦ୍ଧା ହେବ ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହ ଏନେଇ ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଯାହାର ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।