ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଡିଜିପି-ଆଇଜିପି ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ବୈଠକ । ଭୁବନେଶ୍ୱର ଲୋକସେବା ଭବନ ଠାରେ ଆୟୋଜିତ ଏହି ସମ୍ମିଳନୀରେ ସାରା ଦେଶର ବରିଷ୍ଠ ଅଧିକାରୀମାନେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ କରିବା ପାଇଁ ଆଲୋଚନା କରୁଛନ୍ତି ।
ଗତକାଲିଠୁ ଭୁବନେଶ୍ଵର ଲୋକସେବା ଭବନରେ ଆରମ୍ଭ ହୋଇଛି ଡିଜିପି-ଆଇଜିପି ସମ୍ମିଳନୀ। ଏଥିରେ ସାରା ଦେଶର ଡିଜିପି/ଆଇଜିପି ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ଆଜି ହେଉଛି ଦ୍ଵିତୀୟ ଦିନ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ କରାଯାଉଥିବା ବେଳେ ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗ ନେଇ ହେବ ଆଲୋଚନା ।
ଆଜିର ଏହି ସମ୍ମିଳନୀର ଦ୍ଵିତୀୟ ଦିନରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥିପାଇଁ ପ୍ରଥମେ ସକାଳ ୮ଟା ୫ ମିନିଟରେ ଆଇପିଏସ୍ ମେସ୍ରୁ ବାହାରି ୮ ଟା ୧୫ରେ ସମ୍ମିଳନୀ କକ୍ଷରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କପରେ ୮ଟା ୨୦ରୁ ରାଜଭବନରୁ ବାହାରି ୮.୨୫ ମିନିଟରେ ଲୋକସେବା ଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସକାଳ ୮ ଟା ୩୦ ରୁ ଆଲୋଚନା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି ।
ତେବେ ଆଜି ଦେଶ ସୁରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ବିଶେଷ କରି ଆତଙ୍କବାଦୀ ମୁକାବିଲା, ନକ୍ସଲ ମୂଳପୋଛ, ସାଇବର ଅପରାଧ ଭଳି ଏକାଧିକ ସମସ୍ୟା ଉପରେ ମାନସମନ୍ଥନ କରାଯିବ ।