Featuredଓଡ଼ିଶା

ଆଳୁ ସମସ୍ୟାକୁ ନେଇ ଏମିତି କହିଲେ ମନ୍ତ୍ରୀ କୃଷ୍ଣ ପାତ୍ର

ଭୁବନେଶ୍ୱର: ଆଳୁ ସମସ୍ୟା ପାଲଟିଲାଣି ଖାଉଟିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ । ରାଜ୍ୟରେ ଆଳୁ ସଙ୍କଟ ଏବେ ସୀମା ବିବାଦରେ ପରିଣତ ହେଲାଣି । ଆକାଶ ଛୁଆଁ ହେଉଛି ଆଳୁ ଦର । କିଛି ଦିନର ବ୍ୟବଧାନ ପରେ ଓଡ଼ିଶାକୁ ପୁଣି ଆଳୁ ରପ୍ତାନି ବନ୍ଦ କରିଛି ପଶ୍ଚିମବଙ୍ଗ। ଓଡ଼ିଶା ଆସୁଥିବା ଆଳୁ ବୋଝେଇ ଟ୍ରକଗୁଡ଼ିକୁ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଅଟକା ଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଆଳୁ ରପ୍ତାନି ବନ୍ଦ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଓଡ଼ିଶାରେ ପୁଣି ବଢିଛି ଆଳୁ ଦର । ଗତ ଦୁଇଦିନ ହେଲାଣି ସୀମାରୁ ଆଳୁ ଆସିପାରିନି । ଏହାର ପ୍ରଭାବରେ ଟ୍ଵିନ ସିଟିରେ ଆଳୁ ଦର କିଲୋଗ୍ରାମ ପିଛା ୪୦ ଛୁଇଁଛି । ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଥିବା ନଜର ପଡିଥିଲା ।

ଯଦି ପଶ୍ଚିମବଙ୍ଗରୁ ଆଳୁ ନଆସେ ତେବେ ଆସନ୍ତା ସପ୍ତାହରୁ ବାଧ୍ୟ ହୋଇ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ବରାଦ ଦିଆଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି । ଓଡିଶାକୁ ପ୍ରତିଦିନ ପ୍ରାୟ ୪୫୦୦ ଟନ୍ ଆଳୁ ଆବଶ୍ୟକ ପଡିଥାଏ । ଏଥିପାଇଁ ରାଜ୍ୟ ମୁଖ୍ୟତଃ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ ।

ତେବେ ବ୍ୟବସାୟୀଙ୍କ କହିବା ଅନୁସାରେ, ପ୍ରଥମେ ବଜାରରେ ଆଳୁ କିଲୋଗ୍ରାମ ପିଛା ୩୦ ରୁ ୩୩ ଟଙ୍କାରେ ବିକ୍ରି ହେଉଥିଲା, ବର୍ତ୍ତମାନ ଖୁଚୁରା ବଜାରରେ ଏହା କିଲୋଗ୍ରାମ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି । ଯଦି ଯୋଗାଣରେ ପୁଣି କୌଣସି ବ୍ୟାଘାତ ଆସେ ତେବେ ଆଳୁ ଦର ଆହୁରି ବଢିପାରେ ବୋଲି କହିଛନ୍ତି ବ୍ୟବସାୟୀ । ସେପଟେ ଏହି ମାମଲାରେ ହସ୍ତକ୍ଷେପ କରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ମମତା ସରକାରଙ୍କ ସହ ଆଲୋଚନା କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛି ଅଲ ଓଡିଶା ଟ୍ରେଡର୍ସ ଆସୋସିଏସନ ।

ଅନ୍ୟପଟେ ଏନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ଚାଲିଥିବା ଆଳୁ ସମସ୍ୟାକୁ ବିଷୟରେ ମୁଁ ଅବଗତ । ଯାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆମଦାନୀ ହେବା କଥା କହିବା ସହ ଆଳୁ ଦର ବୃଦ୍ଧି ହେବନି ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com