Featuredଓଡ଼ିଶା

ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର

ଭୁବନେଶ୍ୱର: ବନ୍ଧା ହେଲେ ସରକାରୀ ବାବୁ । ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ପରେ ଗିରଫ କରିଛି ଭିଜିଲାନ୍ସ । ୨୦୧୬ ରୁ ନିୟମିତ ଚାକିରିରେ ଥିଲେ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଚଢ଼ାଉ ବେଳେ ୧ କୋଟି ଟଙ୍କାର ଜମା ଠାବ ହୋଇଥିଲା। ୧ କୋଟି ୫୫ ଲକ୍ଷ ଟଙ୍କାର ଘର ସହ ଦୁଇଟା କୋଠା ଓ ୧୮ ପ୍ଲଟର ମାଲିକ ବିଶ୍ୱନାଥ ପାତ୍ର।

ସେହିପରି ଭୁବନେଶ୍ୱରରେ ରହିଛି ୬ଟି ପ୍ଲଟ, ୮୫୦ ଗ୍ରାମ ସୁନା ଅଳଙ୍କାର ଠାବ କରିଥିଲା ଭିଜିଲାନ୍ସ। ୧୮୦୦ ଗ୍ରାମର ରୁପା ସହ ୭ ଲକ୍ଷ ୭୦ ହଜାର ଟଙ୍କାର ଘରକରଣ ସାମଗ୍ରୀ ଜବତ କରିଥିଲା ଭିଜିଲାନ୍ସ ଟିମ୍। ୨୦୧୧ ରେ ଆଡ଼ହକ ଆସିଷ୍ଟାଣ୍ଡ ଇଂଜିନିୟର ଭାବେ ଯୋଗ ଦେଇଥିଲେ। ସେତେବେଳେ ମାତ୍ର ୧୪ ହଜାର ଟଙ୍କା ଥିଲା ଦରମା । ୨୦୧୬ ରେ ଓପିଏସସି ଦେଇ ନିୟମିତ ହୋଇଥିଲେ। ତେବେ ୮ ବର୍ଷର ନିୟମିତ ଚାକିରିରେ ଅମାପ ସମ୍ପତ୍ତିର ମାଲିକ ଥିଲେ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜୟପୁରରେ ଥିବା ତିନି ମହଲା ଘର, ଗଞ୍ଜାମ ବେଲଗୁଣ୍ଠାରେ ଥିବା ଦୁଇ ମହଲା ପୈତୃକ ଘର, ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ସମ୍ପର୍କୀୟ ଘରେ, ଜୟପୁର ବ୍ଲକରେ ଥିବା କାର୍ୟ୍ୟାଳୟ, ଜୟପୁର ମୁନିସିପାଲିଟିରେ ଥିବା କାର୍ୟ୍ୟାଳୟରେ ହୋଇଥିଲା ଚଢାଉ ।

Related Articles

Back to top button
WP Twitter Auto Publish Powered By : XYZScripts.com