Featuredଓଡ଼ିଶାରାଜନୀତି

ଓଡ଼ିଶାରେ ଆସାମ ମଡେଲ, ବନ୍ଦ ହେବ ଗୋ ହତ୍ୟା: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆସାମ ମଡେଲ । ଗୋ ହତ୍ୟା ବନ୍ଦକୁ ନେଇ ଏପରି ନିଷ୍ପତ୍ତି ନେଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଗୋ ହତ୍ୟା ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଖୁବଶୀଘ୍ର ଆଇନ ସହ ଲାଗୁ ହେବ ବିଲ୍ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି । ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟ ଗୋ ହତ୍ୟା ରୋକିବା ପାଇଁ ଆସିବାକୁ ଥିବା ବିଲକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ । ବିଜେଡି କହିଛି, ପ୍ରଥମେ ଚିହ୍ନଟ କରାଯାଉ, କେଉଁ ଦଳର ଲୋକ ଗୋ ଚାଲାଣ କରି ଗୋମାଂସ ବିକ୍ରି କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କୁ ଟାର୍ଗେଟ ନକରିବାକୁ ଦଳ କହିଛି । କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରିଛି । ବିଦେଶକୁ ଗୋମାଂସ ପଠାଇବାରେ ଉତ୍ତରପ୍ରଦେଶ ପ୍ରଥମ, ଦ୍ବିତୀୟରେ ମଧ୍ୟପ୍ରଦେଶ ରହିଛି । ସେଠାରେ ମାଂସ’କୁ କାଟିବାକୁ ଫ୍ୟାକଟ୍ରି ହୋଇଛି । ସେଥିରେ କେଉଁ ଦଳ ସଂପୃକ୍ତ, ତାହା ଜାଣିବା ଦରକାର । ପ୍ରଥମେ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com