Featuredଓଡ଼ିଶା

ଭିଜିଲାନ୍ସ ରେଡ୍: ବନ୍ୟପ୍ରାଣୀ ଏସିଏଫଙ୍କ କଳାଧନର ଚିଠା ଖୋଜୁଛି ଭିଜିଲାନ୍ସ

ସମ୍ବଲପୁର: ଭିଜିଲାନ୍ସ ପଞ୍ଝାରେ ଆଉ ଏକ ସରକାରୀ ବାବୁ । ଚାଲିଛି ଚଢାଉ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଚାଲିଛି ଜୋରଦାର ଚଢାଉ । ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ଆଜି ସକାଳୁ ଏହି ରେଡ କରୁଛନ୍ତି ଭିଜିଲାନ୍ସର ଅଧିକାରୀମାନେ ।

ତେବେ ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ସମ୍ବଲପୁରରେ ଥିବା ରେବତୀ ରମଣଙ୍କ ଅଫିସ୍, ଡିୟର ପାର୍କ ନିକଟରେ ଥିବା ସରକାରୀ କ୍ବାର୍ଟରେ ରେଡ୍ ଚାଲିଛି । ଅଇଁଠାପାଲି ସ୍ଥିତ ତିନି ମହଲା ଘର, ଚର୍ଚ୍ଚ ଛକ ନିକଟରେ ଥିବା ଫ୍ଲାଟରେ ଯାଂଚ କରୁଛି ଭିଜିଲାନ୍ସ । ବ୍ରଜଧାମ ହାଉସିଂ ସୋସାଇଟିରେ ଥିବା ଘର, ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରାଯାଉଛି। ସମ୍ବଲପୁର ମଲ୍ଲିପାଲିରେ ଥିବା କୋଠାରେ ମଧ୍ୟ ପହଞ୍ଚିଛନ୍ତି ଭିଜିଲାନ୍ସ ଅଧିକାରୀ। ସେହିପରି ବରଗଡ଼ ପଦ୍ମପୁରରେ ଥିବା ଘର ଓ ବିଜେପୁର ବଳନ୍ଦାରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com