ଭୁବନେଶ୍ୱର: ଚାଲିପାରୁନି ବିଧାନସଭାର ଶୀତକାଳୀନ ଅଧିବେଶନ । ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପୁଣି ମୁଲତବୀ ହୋଇଛି ଗୃହ । ଦିନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଶୂନ୍ୟକାଳରେ ଏଏସ୍ଓ ଚାକିରି ବିବୃତି ନେଇ ବିଜେଡିର ହୋହଲ୍ଲା ଓ ନାରାବାଜି ହୋଇଥିଲା । ପ୍ରଥମେ ମଧ୍ୟ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଟ୍ଟଗୋଳ ସହ ହୋହଲ୍ଲା ହୋଇଛି । ଗତକାଲି ଏଏସଓ ଚାକିରି ବିକ୍ରି ହୋଇଥିବା ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ । ବାଚସ୍ପତିଙ୍କ ପୋଡିୟମ୍ ତଳେ ବିଜେଡିର ହୋହଲ୍ଲା, ନାରାବାଜି ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।