
ନୂଆଦିଲ୍ଲୀ : ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆସନ୍ତା ଫେବ୍ରୁଆରି ୨୪ରେ ଏକ ଆବେଦନର ଶୁଣାଣି କରିବେ। ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ଦେବାକୁ କେନ୍ଦ୍ର ସରକାର ଏବଂ ରାଜ୍ୟମାନେ ସ୍ବତନ୍ତ୍ର ନିୟମ ଆଣିବାପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଉକ୍ତ ଆବେଦନର ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଦିଲ୍ଲୀ ଆଇନଜୀବୀ ଶୈଳେନ୍ଦ୍ର ମାନି ତ୍ରିପାଠୀ ସୁପ୍ରିମକୋର୍ଟରେ ଏନେଇ ଆବେଦନ କରିଥିଲେ।