Featuredଓଡ଼ିଶାରାଜନୀତି

ମହାନଦୀ ପଲିଟିକ୍ସ: ବିରୋଧୀ ଓ ଶାସକ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟ ରାଜନୀତିକୁ ସରଗରମ କଲା ମହାନଦୀ ପଲିଟିକ୍ସ । ରାଜନୀତିରେ ପରସ୍ପରକୁ କାଦୁଆ ଫିଙ୍ଗି ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ ।

ପ୍ରେସମିଟ୍ କରି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି, ମହାନଦୀ ଧିରେ ଧିରେ ଶୁଖିବାକୁ ଆରମ୍ଭ କଲାଣି । ଛତିଶଗଡ ଓଡିଶା ସୀମାରେ ମହାନଦୀ ଏବେ ମରୁଭୂମି ପାଲଟିଲାଣି । ଛତିଶଗଡର ଏକାଧିକ ବ୍ୟାରେଜ୍ ଏବଂ ଡ୍ୟାମ୍ ନିର୍ମାଣ ପରେ ଏଭଳି ପରିସ୍ଥିତି ଉପୁଜିଛି । ଯାହା ଆଗକୁ ଭୟଙ୍କର ରୂପ ନେବ ବୋଲି ସ୍ପଷ୍ଟ ହେଲାଣି । ପୂର୍ବରୁ ଅନେକବାର ଏନେଇ କେନ୍ଦ୍ର ସରକାର ଏବଂ ଛତିଶଗଡ ସରକାରଙ୍କ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲେ ମଧ୍ୟ ସେଥଥିରୁ କିଛି ସମାଧାନ ବାହାରିନାହିଁ । ଏବେ କେନ୍ଦ୍ର ଏବଂ ଉଭୟ ରାଜ୍ୟରେ ବିଜେପିର ଟ୍ରିପଲ ଇଞ୍ଜିନ୍ ସରକାର ରହିଛି । ଯାହା ଆଶା କରାଯାଇଥିଲା ସମାଧାନ ନେଇ ତାହା ଏପର୍ୟ୍ୟନ୍ତ ସଫଳ ହେଲା ନାହିଁ । ଯଦି ବେଳ ଥାଉ ଥାଉ ସରକାର ସମାଧାନ ନକରନ୍ତି ତାହା ହେଲେ ଓଡିଶାକୁ ଦାରୁଣ ଆର୍ଥିକ ସାମଜିକ କ୍ଷତି ଘଟିବ ବୋଲି କହିଛନ୍ତି ପ୍ରସନ୍ନ ।

ଯାହାକୁ କଡା କାଉଣ୍ଟର କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ସରକାରଙ୍କୁ ଯଥେଷ୍ଟ ସମୟ ମିଳିଥିଲା ମହାନଦୀ ସମସ୍ୟାର ସମାଧାନ କରିବା ପାଇଁ । କେନ୍ଦ୍ର ସରକାର ଏଥିପାଇଁ ମଧ୍ୟସ୍ଥତା କରିବାକୁ ରାଜି ଥିଲେ ହେଲେ ରାଜନୀତିର ରୁଟି ସେକିମା ପାଇଁ ସେତେବେଳେ ରାଜି ହୋଇନଥିଲେ ପୂର୍ବ ବିଜେଡି ସରକାର । ଯଦି ଆଜି ମହାନଦୀର ଭାଗ୍ୟ ଅସିବିଧାକୁ ଯାଇଛି ସେଥିପାଇଁ ମୁଖ୍ୟ ଦାୟୀ ନବୀନ ପଟ୍ଟନାୟକ ବୋଲି କହିଛନ୍ତି ମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com