ନୂଆଦିଲ୍ଲୀ: ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଦିଲ୍ଲୀରୁ ଡାକରା । ସମନ କଲା ସିବିଆଇ । ଗତ ୧୦ ତାରିଖରେ ଆସିଛି ଦିଲ୍ଲୀ ସିବିଆଇ ଅଫିସରୁ ନୋଟିସ୍ ।
ତେବେ ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ରହିଛି । ଏହି ସୂଚନା ଆଧାରରେ ତଦନାଘନା କରୁଛି ସିବିଆଇ । ଏହି ମାମଲାରେ ବିଷ୍ଣୁପଦଙ୍କ ଠାରୁ ତାଙ୍କ ଡ୍ରାଇଭରଙ୍କ ବିଷୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛି ସିବିଆଇ । ଏହି ପରିପ୍ରେକ୍ଷୀରେ ସିବିଆଇ ତାଙ୍କୁ ସମନ କରିଥିବା ଜଣାପଡିଛି ।