କଟକ: ଚୋରା ମଦ ଭାଟିରେ ଚଢାଉ । ଚୋରା ଦେଶୀ ମଦ ଓ ପୋଚ ଜବତ କରିଛି ଅବକାରୀ ବିଭାଗ । ବିପୁଳ ପରିମାଣର ମଦକୁ ଜବତ କରିଛନ୍ତି ଅବକାରୀ ଅଧିକାରୀ । କଟକ ପ୍ଲାଇଁ ସ୍କ୍ୱାର୍ଡ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଏହି ରେଡ୍ କରାଯାଇଥିବା ବେଳେ ଅଭିଯୁକ୍ତ ଖସିଯାଇଥିବା ସୂଚନା ରହିଛି ।
ଖବର ଅନୁଯାୟୀ, କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଡାଳୁଆ ଓ ଖଣ୍ଡୁଆଳି ଗାଁର ଚାରିପଟେ ଥିବା ଜଙ୍ଗଲରେ ଚୋରାରେ ଦେଶୀ ମଦ ପ୍ରସ୍ତୁତ ହେଉଥିଲା । ଏନେଇ ଖବର ପାଇବା ପରେ ଏକାସାଙ୍ଗେ କଟକ ପ୍ଲାଇଁ ସ୍କ୍ୱାର୍ଡ ଏବଂ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ ହୋଇଥିଲା । ଏହି ଚଢାଉରେ ୧୧୭୬୦ ଲିଟର ପୋଚ ସହିତ ୧୭୫୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଏହାପରେ ସମସ୍ତ ଜବତ ସାମଗ୍ରୀକୁ ନଷ୍ଟ କରାଯାଇଛି ।ଚଢାଉ ସମୟରେ ଅଭଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଏହି ଚଢାଉରେ ୧୦ରୁ ଅଧିକ କର୍ମଚାରୀ ସାମିଲ ଥିଲେ ।