ଭୁବନେଶ୍ୱର: ରାଜଧାନୀର ସବୁଠୁ ଚର୍ଚ୍ଚିତ ଖବର ହେଉଛି ସିବିଆଇ ସମନ୍ । ମର୍ସିଡିଜ୍ କାରରୁ ଟଙ୍କା ମିଳିବା ଘଟଣାରେ ଭୁବନେଶ୍ୱର ସିବିଆଇ ଯୁଗ୍ମ ନିଦେ୍ର୍ଦଶକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଗରେ ହାଜର ହୋଇଛନ୍ତି । ତେବେ ଏହି ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସହ କଣ ସଂପର୍କ ରହିଛି ତାକୁ ନେଇ କରାଯାଉଛି ଖୋଳତାଡ଼ । ତଦନ୍ତରେ ଏବେ ସୁଦ୍ଧା ମିଳିଥିବା ତଥ୍ୟକୁ ଆଧାର କରି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି । ସୋମବାର ଗିରଫ ୩ ଅଭିଯୁକ୍ତଙ୍କ ରିମାଣ୍ଡ ସରୁଥିବାରୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ସିବିଆଇ ଯୋଜନା କରିପାରେ ।
ସେପଟେ କେବେ ସିବିଆଇ ଆଗରେ ହାଜର ହେବେ ଆଇଏଏସ ବିଷ୍ଣୁପଦ ସେଠୀ? ତାହାକୁ ନେଇ ଏବେ ବି ଚର୍ଚ୍ଚା ଜୋର ଧରିଥିବା ବେଳେ ସିବିଆଇ ଅଫିସ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯାହାକୁ ନେଇ ଏବେ ଏହା ଆଲୋଚନା କରାଯାଉଛି ଯେ ଏହି ସୁରକ୍ଷା ବଳୟ ବିଷ୍ଣୁପଦଙ୍କ ପାଇଁ କରାଯାଉଛି । କେବଳ ଏତିକି ନୁହେଁ ତାଙ୍କୁ ସମନ କରିବା ତଥା ହାଜିର ହେବା ପୂର୍ବରୁ ଏକ ବଡ଼ ଡିଲ୍ ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି ।