
ସମ୍ବଲପୁର: ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍ । ବିଜେଡିର ପ୍ରମୁଖ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଜାରି ରହିଛି । ସମ୍ବଲପୁରରେ ଏକକାଳୀନ ୩ଟି ଯାଗାରେ କରାଯାଉଛି ରେଡ୍ । କେବଳ ସେତିକି ନୁହେଁ ଦିଲ୍ଲୀରେ ମଧ୍ୟ ରେଡ କରୁଛନ୍ତି ଇଡି ଅଧିକାରୀ । ମିଳିଥିବା ସୂଚନା ଅନୁସାରେ, ବିଶ୍ବ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ । ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍ସି ନାଁରେ ନେଇଥିଲେ ୨୩୧ କୋଟି ଟଙ୍କାର ଲୋନ । ତାଙ୍କ ବିରୋଧରେ ରହିଛି ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ । ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ କ୍ଷୀରୋଦ । ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା ।
ତେବେ ଏହି ରେଡରେ କେଉଁ ନୂଆ କଥା ସାମ୍ନାକୁ ଆସୁଛି ତାହା ଦେଖିବା ବାକି ରହିଥିବା ବେଳେ ଇଡିରେ ରେଡରେ ଜଣେ ରାଜନେତାଙ୍କ ପରିବାରର ସମ୍ପୃକ୍ତି ରହିବା ବିଶେଷ କରି ରାଜ୍ୟ ରାଜନୀତିରେ ଲମ୍ବା ସମୟ ଧରି ଶାସନ ଦାୟିତ୍ୱରେ ଥିବା ଏକ ବିଜେଡି ଦଳର ଜଣେ ନେତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ରେଡ ହେବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ।