
ନୂଆଦିଲ୍ଲୀ: ନିର୍ବାଚନ ସଂଶୋଧନକୁ କଂଗ୍ରେସର ବିରୋଧ । କେନ୍ଦ୍ର ସରକାରଙ୍କ ନିର୍ବାଚନ ପରିଚାଳନା ନିୟମାବଳୀରେ ଭୁଲ କାଢିଲା ବିରୋଧି ଦଳ । ଯେଉଁଥି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଦାଏର ହୋଇଛି ରିଟ୍ ପିଟିସନ । ନିର୍ବାଚନ ନିୟମ ସଂଶୋଧନକୁ ଆମେ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ ଏକ୍ସ’ରେ ଲେଖିଛନ୍ତି। ନିର୍ବାଚନ କମିଶନ (ଇସି) ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ଦାୟିତ୍ୱ ଏହା ଉପରେ ନ୍ୟସ୍ତ କରାଯାଇଛି। ଜୟରାମ ଆହୁରି ମଧ୍ୟ କହିଛନ୍ତି ଯେ, ଜନସାଧାରଣଙ୍କ ସହ ବିନା ପରାମର୍ଶରେ ଇସି ଏକପାଖିଆ ଭାବେ ନିୟମାବଳୀ ବଦଳାଉଛି । ସର୍ବୋଚ୍ଚ ଅଦାଲତ ଏହାକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାରେ ସହାୟତା କରିବେ ବୋଲି କଂଗ୍ରେସ ଆଶା କରୁଛି।